Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Others

3  

Binay Mohapatra

Others

ନାରୀ

ନାରୀ

1 min
168


"ନାରୀ"

* ବିନୟ ମହାପାତ୍ର


ହେ ମାଆ,

ସବୁ କିଛି ଏଇମିତି ହସି ହସି,

କେମିତିଯେ ସହିଯାଅ ତୁମେ,

ଏତେ ଲାଞ୍ଛନା, ଏତେ ଅପମାନ,

ଏତେ ସବୁ ନିରାଦର, ହତାଦର ?

କେବେ କି ହୁଏନା ମନ,

ଧରି ନେବାକୁ, ତୁମର ସେ

କରାଳ କାଳିକାର ରୂପ ଅବା

ଦୁର୍ଗା ଦୂର୍ଗତୀନାଶିନୀର ଅବତାର?

ହଁ, ତୁମକୁ ତ କେବଳ ସହିବାର,

ନିରବ ରହିବାର, କଳା ଜଣା ଅଛି ।

ପଣତ କାନିରେ,

ସବୁରି ନେତ୍ର ଆଢୁଆଳେ,

ଲୁହ ପୋଛିନେଇ, ସବୁ କିଛି ସହିବାର,

ସତେ ଦୁର୍ବାର ଶପଥ ନେଇଛି ।

ଏଠି ମାଗିଲେ ମିଳେନି କିଛି,

ମାଆ ଗୋ,

କେହି ନୁହେଁ ଏତେ ଦୟାବନ୍ତ ।

ନାରୀକୁ ଅବଳାର, ଦୁର୍ବଳାର

ଖୋଳପାରେ ବନ୍ଦିକରି

ଏ ସମାଜ ଯୁଗେ ଯୁଗେ

ନେଇଅଛି ପରୀକ୍ଷା ତୁମର ।

ପରିଶେଷେ ‘ସପ୍ତସତୀ’ର

ଉପାଧି ଦେଇଅଛି ଖାଲି ।

ଦେଇନାହିଁ କେବେ କିଛି,

ତୁମ ତ୍ୟାଗ ଉପହାର ।

ନାରୀ ତ ଅବଳା ନୁହେଁ ‘ଅତି-ବଳା’

ଦୁର୍ବଳା ନୁହେଁ ସେ ‘ଦୁଇ ଗୁଣ ବଳା’

ଏ କଥା ଭୁଲୁଛ କିପରି ?

ତୁମ ବଳ, କଳ, କୌଶଳର ନମୁନା

ଦେଖିଛି, ଦେଖୁଛି, ଦେଖିବ

ଏ ଦୁନିଆଁ ଯୁଗ ଯୁଗ ଧରି ।

କିନ୍ତୁ ଦୁଃଖ ଲାଗେ ମନେ ଅବଶୋଷ,

ତୁମେ ତୁମ ନିଜକୁ ଚିହ୍ନନା !

ତୁମେ ପାର୍ବତୀ, କନ୍ୟା, ଜାୟା, ଜନନୀ,

ତୁମେ ଦୁର୍ଗା, ଭବାନୀ,

ଭଗବତୀ, କାତ୍ୟାୟନୀ ।

ପାର୍ବତୀର କୋମଳ ଅବତାରେ

ଅଟକି ଯାଅନା ମାଆ,

ଭୁଲନାହିଁ ତୁମ କତ୍ୟାୟନୀ ଶକ୍ତି ।

ତୁମେ ଯଦି ତୁମ ନିଜକୁ ଭୂଲିବ,

କୁହ, କିଏବା କାହିଁକି,

ନିରିମିଖି ତୁମ ଦୁଇ ନୟନରୁ

ଲୁହ ପୋଛିଦେବ?

ହେ ମାତା ମହାଶକ୍ତି ସ୍ୱରୂପିଣୀ,

ଜାଗିବାକୁ, ତୁମକୁ ତ ଅଛି,

ମୁଁ ଥରେ ଖାଲି ଜଗାଇ ଦେଲି,

ତୁମେ ତୁମ ଶକ୍ତି ଯାଇଛ ଯେ ଭୂଲି ।

ମନେ ପଡିଯିବ ତୁମ ପରାକ୍ରମ

ତୁମେ ଯଦି ଥରେ ଜାଗିଯିବ,

ମନେ ପକାଇବାକୁ ଚାହିଁବ

ତୁମର ସେ ଦିବ୍ୟ ଅବତାର

ନିଶ୍ଚୟ ମନେ ପଡିଯିବ ।

***$***


Rate this content
Log in