ସୁନ୍ଦର ଧରା
ସୁନ୍ଦର ଧରା
ସକାଳ ସୂରୁଯ ବୁଣଇ ମୂରୁଜ
ଏ ପୂଣ୍ୟ ଧରଣୀ ପରେ,
ହଟାଇ ତମସା ପୋଛି କାଳିମାକୁ
ଡାକେ ଉଲ୍ଲାସ ଭରେ।
ଆଗମନେ ଏହି ଶଶାଗରା ଧରା
ସତେକି ଉଠଇ ଚେଇଁ,
ଗିରି ବନ ଝର ହୋଇ ଆନନ୍ଦିତ
ନାଚି ଯାନ୍ତି ଥେଇଥେଇ।
ସୁନେଲି କିରଣେ ସୁନ୍ଦର ବନାନୀ
ପ୍ରକୃତି ଯେ ମନଲୋଭା,
ଶସ୍ୟଶ୍ୟାମଳା ସୁନ୍ଦର ବୃକ୍ଷେ
ଜାତି ଜାତି ପୁଷ୍ପେ ଶୋଭା।
ନର ପଶୁ ପକ୍ଷୀ କୀଟ ତରୁଲତା
ନବ ପ୍ରଭାତ ଆଗମେ,
ତୁଟାଇ ଆଳସ୍ୟ ଦେଇ ମୁଖେ ହାସ୍ୟ
ଚଳିଯାନ୍ତି ଯେଝା କାମେ।
କରି ସ୍ଵାଗତ ଦେବ ତପନ
ଦେଇ ଶଙ୍ଖ ଘଣ୍ଟା ଧ୍ଵନି,
ଘେନ ପ୍ରଣାମ ହେ ଜଗଦୀଶ୍ଵର
ଯାଉ ନିଜ କର୍ମ ଘେନି।
କରୁଛି ପ୍ରଣତୀ ମୁହିଁ ଯେ ପ୍ରଣତି
ସତ୍ୟପଥେ ଦିନ ଯାଉ,
ରାମନାମ ସ୍ମରି ଚକାନୟନରେ
ଆତ୍ମା ମୋର ଲୀନ ହେଉ।
ଏତିକି ସୁଦୟା ଥାଉ
ଆହେ ମହାବାହୁ।
ଶିକ୍ଷୟିତ୍ରୀ
ପ୍ରଣତି ମହାପାତ୍ର
ବାଲେଶ୍ୱର