Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୩

ସନେଟ -୩

1 min
6.5K


ଜୀବନ୍ତ ମୂର୍ତ୍ତିର ପୂଜା


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଦେଇଛ ମାନବେ ଜନ୍ମ ବିଶ୍ବେ ବିଶ୍ୱସ୍ରଷ୍ଟା

ଖୋଜେ ସେଇ ଶିଳ୍ପକାରେ କରି ଶତଚେଷ୍ଟା ।।

ଜୀବନସାରା ନିରୀହ ଅବିବେକୀ ପ୍ରାଣୀ

ସେ ଯେ ଅରୂପ ଅଦୃଶ୍ୟ ଚିତ୍ରକ ନ ଜାଣି ।।

ଶେଷେ କରି ମନେ ତାର ରୂପର କଳ୍ପନା

କରେ କାଷ୍ଠ ପାଷାଣର ବିଗ୍ରହ ସର୍ଜନା ।।

ପୂଜେ ତାରେ ଆଜୀବନ ମୁକ୍ତି ଲଭିବାକୁ

ସେ ମହାପ୍ରସାଦ ସତେ ମିଳଇ କି ତାକୁ ? ।।

ଆସେ ଯେଉଁ ପଥେ ନର ଫେରେ ସେହି ପଥେ

ଭାସି ଯାନ୍ତି ମୂଢ଼ ନରେ ଦେଖ ଭ୍ରାନ୍ତି ସ୍ରୋତେ ।।

ଆତ୍ମ ଆନନ୍ଦ ହିଁ ମୋକ୍ଷ ନଶ୍ଵର ସଂସାରେ

କିପାଁ ପୂଜିବି ନିର୍ଜୀବ ପାଷାଣ ମୂର୍ତ୍ତିରେ ।।

ଆନନ୍ଦ ଦାୟିନୀ ସେ ମୋ ଜୀବନ୍ତ ମୂରତି

ତେଣୁ ପୂଜି ପ୍ରେମେ ତାର ଲଭିବି ମୁକତି ।।


ସମାପ୍ତ


Rate this content
Log in