ଜୀବନ ଗୀତା- ୧୧୯
ଜୀବନ ଗୀତା- ୧୧୯
1 min
6.1K
ଜୀବନ ଗୀତା- ୧୧୯
ଜୀବନ ତୁଠରେ କେତେ ଗପସପ
ଛିଣ୍ଡା ଅଛିଣ୍ଡାର କଥା
ପଥରରେ ଘୋରି ଲିଭିଯାଏ ପୁଣି
କେତେ ପାଦର ଅଳତା ॥୦॥
ହଳଦୀ ତେଲରେ କିଏ ଜରଜର
କା ମଥା ପୂରା ନୁଖୁରା
ପଚାରି ବସିଲେ ତୁଠ ତ କହିବ
କିଏ କାଚ କିଏ ହୀରା
କା'କଥା ପାଣି ଫୋଟକା
କାହାରବା ପୁଣି ପଦିଏ କଥାରେ
ଘୂରିଯାଏ ସବୁ ମଥା ॥୧॥
ଅସରା ଲୁହର ସାକ୍ଷୀ କେବେ ସିଏ
କେବେ ହସର ଫୁଆରା
କେତେ ପାଣିକାଚ ଭାଙ୍ଗିଛି ତା ତୁଠେ
ଅନୁଭୂତି ତା ନିଆରା
କା ଦୁଃଖ ଦିଏ ଝଟକା
କାହାରବା ପୁଣି ଚେନାଏ ହସରେ
ଭୁଲିଯାଏ ସବୁ ବ୍ୟଥା ॥୨॥