Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Abstract Inspirational Others

3  

Dr Susmita Dash

Abstract Inspirational Others

ଥକି ଯାଇଛି ଦୀପାବଳି ବିଶେଷାଙ୍କ

ଥକି ଯାଇଛି ଦୀପାବଳି ବିଶେଷାଙ୍କ

1 min
6.8K


ପାରିବ ଯଦି ଅପେକ୍ଷା କର,

ମୁଁ ଟିକିଏ ଥକି ଯାଇଛି।

ଜୀବନ ଟା ନୁହେଁ କୈାଣସି ପ୍ରତିଦ୍ୱନ୍ଦ୍ୱିତା 

କିମ୍ବା କ୍ରୀଡା ପ୍ରତିଯୋଗୀତା,

ସଦା ପରିବର୍ତ୍ତନଶୀଳ ସମୟ ସହିତ...

ତାଳରେ ତାଳ ମିଳାଉ ମିଳାଉ ,

ବୋଧେ ହୋଇଛି ମୁଁ ଧୈର୍ଯ୍ୟଚ୍ୟୁତ।

ଦର୍ଶାଇବାକୁ ଅପାର ପାରଦର୍ଶିତା ,

ସବୁ ଚରିତ୍ରରେ ଢାଳିହୋଇ....

ମୁଁ ଟିକିଏ ଥକି ଯାଇଛି।

ତଥାପି ପାରିନି କରି ପୂରଣ,

ପ୍ରତ୍ୟାଶା ପୂର୍ଣ୍ଣ ଭାବେ କାହାର,

ମିଳିଛି କେବେ କୋପ ତ ନିନ୍ଦା ମଧ୍ୟ...

ଚେଷ୍ଟିତ ରହିଛି , ରହିଥିବି

ଚାଲିବାକୁ କର୍ମପଥେ ମୋର।

ପାରଙ୍ଗମ ହେବାକୁ, ସମସ୍ତଙ୍କ ଖୁସିରେ

 ଖୋଜୁ ଖୋଜୁ ଶାନ୍ତି ଓ ଈଶ୍ୱର,

ମୁଁ ଟିକିଏ ଥକି ଯାଇଛି।

ଦୀପାବଳି ର ଦୀପ ପ୍ରଜ୍ୱଳନରେ,

ଜଳିଉଠୁ ସବୁ ଆନନ୍ଦର ସଳିତା...

ସ୍ୱର୍ଗ କେବଳ କେତୋଟି ଶ୍ୱାସର ଦୂରେ,

ଯଦି ଦୀପ୍ତ ହୁଏ ପ୍ରେମ ଓ ବିଶ୍ୱାସର ଆସ୍ଥା

ଘନ ଅନ୍ଧକାରର ବୁକୁ ବିଦୀର୍ଣ୍ଣ କରୁ କରୁ,

ମୋ ଅନ୍ତରର କୋହ ଦୀପର ଜ୍ୱଳନ ରେ

ଲୁଚାଉବାର ବୃଥା ଚେଷ୍ଟା କରୁ କରୁ,

ମୁଁ ଟିକିଏ ଥକି ଯାଇଛି।


Rate this content
Log in