ବାଉଳା ଅଳି ମୁଁ
ବାଉଳା ଅଳି ମୁଁ
ବାଉଳା ଅଳି ମୁଁ
ଆଭାକାନ୍ତ ମହାନ୍ତି
ବାଉଳା ଅଳି ମୁଁ, ତୁମେ ମୋ ଫୁଲ ରାଣୀ
ବରଣ ଡାଲା ସଜାଡି ରଖିଛ ମୋ ଅଭିମାନୀ । ୦ ।
ଚୁମିବାକୁ ତୁମ ନାଲି ଅଧର ମୁଁ ଆସିବି
ମଧୁ-ପିଆସା ଅନ୍ତରେ ପାଖେ ତୁମ ବସିବି
ଲାଜେ ଦେବ ମଥା ପୋତି
ଚାହାଣିରେ ଜଣାଇବ
ମଳୟଟା ମତୁଆଲା
ତୁମକୁ ଉତ୍ତାବଲା କଲା
ଆଉ କହିବ ଗୋ...
ସାଇତି ରଖିଛ ଯାହା ସପନର କାହାଣୀ । ୧ ।
କ୍ଳାନ୍ତ ହୋଇ ମୁଁ ଯେବେ ଗୋ ପଡ଼ିବିଟି ଘୁମାଇ
ପାଖୁଡା ପଣତ ତଳେ ଦେବ ମୋତେ ଶୁଆଇ
ପ୍ରେମ ଗୀତ ଗାଇ ଗାଇ
ବିଭୋର ମୁଁ ମଧୁ ପିଇ
ଭୁଲି ପଥଶ୍ରାନ୍ତ ଦୁଃଖ
ଶାଶ୍ଵତ ସରଗ ସୁଖ
ତେବେ ପାଇବି ଗୋ...
ତୁମ ସାଥେ ଗାଇ ପ୍ରେମ-ରାଇଜର କାହାଣୀ । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧