Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ହେ ଗୁରୁଦେବ

ହେ ଗୁରୁଦେବ

1 min
1.3K


( ଉଷାରାଣୀ ପଣ୍ଡା )


ତୁମେ ହିଁ ଈଶ୍ବର ବ୍ରହ୍ମା ମହୀଧର

ଜ୍ଞାନ ପ୍ରଦୀପ ଜଳାଇ,

ଦୂରୀଭୂତ କର ଅଜ୍ଞାନ ଅନ୍ଧାର

ଜ୍ଞାତସାର ତଥ୍ୟ ଦେଇ ।


ବିଦ୍ୟାଳୟର ଶ୍ରେଷ୍ଠ ପୂଜ୍ୟବର

ବିଚକ୍ଷଣ ଜ୍ଞାନ ବହି,

କରି ପରମାର୍ଥ ଶିକ୍ଷା ( ବିଦ୍ୟାର୍ଥୀ) ଭବିଷ୍ୟତ

ହିତ ଉପଦେଶ ଦେଇ ।


ମିତଭାଷୀ ଗୁଣେ ମଧୁର ଭାଷଣେ

ଶିକ୍ଷାର୍ଥୀ ମନ ମୁହାଇ ,

ଗୁଣରେ ପ୍ରବର ସର୍ବଗୁଣାକାର

ସ୍ନେହ ସୁଧା ବାର୍ତ୍ତା କହି ।


ନିରହଂକାରେ ସଂସ୍କାର ପଣରେ

ସୁବିଚାର ପଥେ ଯାଇ ,

କର ପ୍ରଭାବିତ ବିଦ୍ୟାର୍ଥୀ ମହତ

ଭବିଷ୍ୟର ସ୍ତମ୍ଭ ହୋଇ ।


ବାଣ୍ଟି ଜ୍ଞାନାମୃତ ଜ୍ଞାନେ ଖ୍ୟାତିପ୍ରାପ୍ତ

ପ୍ରେରଣାର ଉତ୍ସ ହୋଇ ,

ପରାମର୍ଶ ଦାତା ହେ ବିଦ୍ୟାପ୍ରଦାତା

ଲକ୍ଷ୍ୟର ହାସଲ ପାଇଁ ।


ଅଖଣ୍ଡ ଜ୍ଞାନର ବିଜ୍ଞାନୀ ପ୍ରବର

ଆଉ କିଏ ଅଛି କାହିଁ,

ଶୁଭ ଅବସରେ ଯୋଡି ବେନି କରେ

ପଖାଳୁଛି ପାଦ ଦୁଇ ।


ହେ ଜ୍ଞାନ ପୁରୁଷ ଢାଳ ଶୁଭାଶିଷ

ସତପଥେ ଯିବାପାଇଁ,

ହୃଦୟର ମୋର ଚଳନ୍ତି ଠାକୁର

ପ୍ରଣମୁଛି ମଥା ନଇଁ ।


Rate this content
Log in

Similar oriya poem from Inspirational