ମାଆ
ମାଆ
1 min
6.8K
ଅମୃତ ବୋଳା ସେ ଅମିୟର ଧାରା
ସତେ କି ଅଭୁଲା ନାମ ।
ସରଗଠୁ ବଡ଼ ସିନ୍ଧୁଠୁ ଗଭୀର
ତା କାନି ପଣତ ଦାମ ।।
ମଧୁ ଝରା ସ୍ମିତ ଝରଇ ଅଧରୁ
ତ୍ୟାଗ ପୂର୍ଣ୍ଣ ତା ଜୀବନ ।
ଅସୀମିତ ବୋଝ ବହି ନେଇ ଚାଲେ
ନ ହୋଇ ସେ ମ୍ରିୟମାଣ ।।
ସମ୍ପର୍କର ପୂର୍ଣ୍ଣ ପରିଭାଷା ସେ ଯେ
ବନ୍ଧନ ତା ଯେ ନିବିଡ଼ ।
ସ୍ନେହ ସରାଗର ଅମ୍ଳାନ ପ୍ରତୀକ
ରଚିଲା ସଂସାର ନୀଡ଼ ।।
ରଚିଣ ସେ ନୀଡ଼ ଛାଡ଼ି ଚାଲିଯାଇ
ଉଡ଼ିଗଲା କେଉଁ ଦିଗେ ?
ଶୂନ୍ୟତା ଲାଗଇ ତାର ସ୍ଥିତି ବିନା
ଖୋଜେ ମୁଁ ପ୍ରତୀକ୍ଷା ମାର୍ଗେ ।।
ସ୍ନେହ,କରୁଣାର ସ୍ୱତଃସ୍ଫୁର୍ତ୍ତ ଉତ୍ସ
ଢ଼ାଲୁଥାଉ ତା ଆଶିଷ ।
ସେ ଆଶିଷ ଲଭି ଅରଜିବି ପୁଣ୍ୟ
ବାନ୍ଧିଛି ମନେ ବିଶ୍ୱାସ ।।