ଈପ଼୍ପସିତ ବିଗ୍ରହ
ଈପ଼୍ପସିତ ବିଗ୍ରହ
ପୁନେଇଁ ନିଶାରେ ଦେଖେଇ ଦେଲ
ସାଗର ବକ୍ଷରୁ ଶଶାଙ୍କର ଉଦ୍ୟମ
ବାହୁବନ୍ଧନରୁ ମୁକୁଳି ଯାଉ ଯାଉ
ପ୍ରଗାଢ଼ ଚୁମ୍ବନର ଅଭିପ୍ରାୟ ଆଉ
ଅଶ୍ବିନୀ, ଦ୍ବିଜା, ଅନୁରାଧା, ବିଶାଖା
ଆଦିଙ୍କୁ ମୁହଁ ଦେଖାଇବା ତତ୍ପରତା ।
ବିଚଳିତ ବିଚ୍ୟୁତ ହୋଇ
ତନ୍ମୟତାର ପଲକରେ ମୋର
ଅବସ୍ଥାନ କଲ ତୁମେ ନିମିରାଜା ତୁଲ
ଆଉ ମୋହର ଅଞ୍ଜନ ବୋଳି
ମୋ ପିପାସୁ ନୟନେ
କୋଉ ଛଟକରେ ଅକ୍ତିଆର କଲ
ସ୍ଥାୟୀ ଜାଗାଟିଏ
ମୋ ହୃଦକନ୍ଦରେ ପ୍ରଚ୍ଛନ୍ନ ନିଳୟେ ।
ଜାଣିଲନି ଚନ୍ଦ୍ରମାର ଶୀତଳ ଜ୍ୟୋତ୍ସ୍ନା
ହରି ନେଲା କିପରି
ଉତ୍ତପ୍ତ ସୈନ୍ଧବ ପ୍ରଶ୍ବାସକୁ
ଆଉଜାଇ ମୋତେ ନିଜ ଆଡକୁ,
ବାଧ୍ଯ କଲ ଆଖି ବୁଜିବାକୁ
ଦେଖି ପାରିଲିନି ଦକ୍ଷ ଶାପଗ୍ରସ୍ତ
ଚନ୍ଦ୍ରମାର କଳଙ୍କ ଚିହ୍ନମାନ ।
ଦିନ, ମାସ, ବର୍ଷ ପାଷାଣ ସଜାଇ
ସଦନ ତୋଳିଛି ଶଶି ନିକେତନ
ହୃଦମନ୍ଦିରେ ମୋ ଶୂନ୍ଯ କନ୍ଦରେ
ପୂଜୁଥିବି ବୋଲି ଈପ଼୍ପସିତ ବିଗ୍ରହେ