ସମୟ
ସମୟ
ସମୟର ଚକ୍ର
ଘୁରୁଛି ସେ ଅବିରତ
ଆଗକୁ ଆଗକୁ
ଫେରି ଚାହେଁ ନାହିଁ କେବେ
ମୂହୁର୍ତ୍ତେ ପଛକୁ II
ସମୟ ଚକ୍ରରେ ଆସେ
ଋତୁ ଭିନ୍ନ ଭିନ୍ନ
ଧରା ଅଙ୍ଗେ ଭରିଦିଏ
ରଙ୍ଗ ଭିନ୍ନ ଭିନ୍ନ II
ସମୟ ଡୋରିରେ ବନ୍ଧା
ଜନମ ମରଣ
ତା ଆଖିରେ ଧନୀ ମାନୀ
ଅବା ଜ୍ଞାନୀ ସମସ୍ତେ ସମାନ II
ସମୟ ଚକ୍ରରେ
ରାଜା ହୁଅଇ ଫକୀର
ସୁଖ ପରେ ଦୁଃଖ ଆଉ
ଦୁଃଖ ପରେ ସୁଖ
ଚାଲିଥାଏ ଏହି ରୀତି
ସଦା ନିରନ୍ତର II
ବିତିଯିବା ସମୟଟା
ଆସେନାହିଁ ଫେରି
ଯେ ନ କରେ ତାର ଉପଯୋଗ
ପଶ୍ଚାତାପେ ହୁଏ ସଦା ଘାରି II
ତା ଆରମ୍ଭ ଶେଷ କେବେ
କାହାକୁ ତ ନାହିଁ ଜଣା
ହେଲେ ସବୁ ଜନ୍ମ ଓ ମୃତ୍ୟୁର
ହିସାବ ତା ପାଖର ଗଣା II
ଯଦି ସମୟର ଘଡିରେ
କଣ୍ଟାମାନ ହୋଇଯିବେ ଥୟ
ସବୁ କିଛି ହୋଇଯିବ ଓଲଟ ପାଲଟ
ଆସିଯିବ ସୃଷ୍ଟିର ପ୍ରଳୟ II
ସେଥିପାଇଁ ସମୟ ହିଁ
ବଡ ବଳବାନ
ତା ଆଖିରେ ନୁହେଁ କେହି
ବଡ ସାନ ସମସ୍ତେ ସମାନ II
*******