ତୁମେ ଥାଉ ଥାଉ
ତୁମେ ଥାଉ ଥାଉ
ତୁମେ ଥାଉ ଥାଉ ଗୋଲକ ବିହାରୀ
କାହା ଆଗେ ଆଉ କରିବି ଗୁହାରୀ ॥
ତୁମେ ଥାଉ ଥାଉ ପତିତପାବନ
କାହାକୁ ଆଉ ମୁଁ କରିବି ଭଜନ ॥
ତୁମେ ଥାଉ ଥାଉ ହେ ମଧୁସୂଦନ
କାହା ପାଦ ତଳେ ଲଗାଇବି ମନ ॥
ଆହେ ଦୟାମୟ କରୁଣା ସାଗର
ଦୋଷ ଥିଲେ କ୍ଷମା କରିବ ମୋହର ॥
ତୁମେ ମୋର ଗତି ତୁମେ ମୋ ମୁକତି
ତୁମ ଚରଣରେ ରହୁ ମୋର ମତି ॥
ତୁମ ନାମ ଧରି ଯାଉ ଏ ଜୀବନ
ମାଗୁଣି ଏତିକି ଆହେ ଜନାର୍ଦ୍ଦନ ॥
@ସୌଦାମିନୀ ପଟ୍ଟନାୟକ
ପାହାଳ
ଭୁବନେଶ୍ଵର