ଛାଇ
ଛାଇ
1 min
192
ଛାଇ. ପ୍ରତାପ ନାୟକ
***** 7008054282
ମୁଁ କାହିଁକି ଡରେ
ମୋର ଛାଇକି
ସତେକି କାଳି ଅନ୍ଧାରରେ
ସେ ମୋର ସାଥୀ ଛାଡିଦେବ
ଦିକ୍ ଦିକ୍ ଡିବିରି ଆଲୋକ
ଝାପସାକରି ବତେଇବ
ତାର ବର୍ତ୍ତମାନର ଠିକଣା
ଏମିତିବି ହେବ ଶୀର୍ଷ ମଧ୍ୟାହ୍ନରେ
ନିଜ ଉପରେ ସବାର ହେଇ
ହରେଇବ ତାର ଅବୟବ
ବାଦଲ ଉହାଡେ ଲୁଚିବବି ଯାଇ
ଆଖିର କୋଉ ଅନାହତ କୋଣେ
ଏଣୁ ମୁଁ ଡରେ
ନହଜୁ ତା ଠିକଣା ମୋ ଠାରୁ
ଗୁଡେଇହେଇ ଥାଉ
ମୋ ଚତୁର୍ପାଶ୍ୱରେ
ଯେମିତି ତୁମେ ଦେଖୁଥିବ
ମୋ ଭିତରେ
ମୋର ଛାଇହେଇ
ଆଜନ୍ମ ପ୍ରେମିକ ହେଇ
ଥିବାଯାଏ ବାକି ଜୀବନ
ବହିବ ଉଜାଣି
ସେପାରିରୁ ସୀମା ସରହଦ ଡେଇଁ
ଡରିବା ମୋର ବାଟବଣା ହେଉ