Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Action

2  

Raja Sekhar CH V

Action

ଲକ୍ଷ୍ୟ ଭେଦନ

ଲକ୍ଷ୍ୟ ଭେଦନ

1 min
276


ସୁପରିଚିତ ହେବl ଲାଗି ଆବଶ୍ୟକ ଅଛି ବିଶିଷ୍ଟ ବ୍ୟକ୍ତିତ୍ୱ,

ତାହାଲେ ସାମାଜିକ ଜୀବନରେ ରହିବ ନିଜ ପ୍ରତିଭାର ମହତ୍ୱ ଅସ୍ତିତ୍ୱ |୧|


ସମସ୍ତଙ୍କୁ ରଖିବାର ଅଛି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ,

ତାହା ହେଉଛି ଜୀବନଚର୍ଯ୍ୟା ର କୃତିତ୍ୱପୂର୍ଣ୍ଣ କାର୍ଯ୍ୟ |୨|


ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନ ଥିଲେ ଧନୁର୍ବିଦ୍ୟାରେ ପ୍ରଜ୍ଞ ,

ଅସାଧ୍ୟ ଲକ୍ଷ୍ୟ ଭେଦନରେ ଥିଲେ ବହୁ ବିଶେଷଜ୍ଞ ବିଜ୍ଞ |୩|


ମହାରଥୀ ପାର୍ଥ ହେଲେ ଧନୁସମ୍ୱନ୍ଧୀୟ ଯୁଦ୍ଧବିଦ୍ୟାରେ ପାରଙ୍ଗତ,

ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଆଶୀର୍ବଚନ ଦ୍ୱାରା ତୀରନ୍ଦାଜି ନ ଥିଲା ଅସଙ୍ଗତ |୪|


ବାଲ୍ୟାବସ୍ଥା ରେ ସବ୍ୟସାଚୀ ହେଲେ କଣ୍ଢେଇ ପକ୍ଷୀ ର ଚକ୍ଷୁ ଭେଦନରେ ସଫଳ,

ଯୁବାବସ୍ଥା ରେ ଦ୍ରୌପଦୀଙ୍କ ସ୍ଵୟମ୍ବର ରେ ଅସାମାନ୍ୟ ମତ୍ସ୍ୟ ଭେଦନରେ ପାଇଲେ ଅଭୀଷ୍ଟ ଫଳ |୫| 


ପରଶୁରାମ ଶିଷ୍ୟ ମହାରଥୀ କର୍ଣ୍ଣ ଥିଲେ ଅନ୍ୟତମ ଶ୍ରେଷ୍ଠ ଧନୁର୍ଦ୍ଧାରୀ,

ଜ୍ୟେଷ୍ଠ କୌନ୍ତେୟ ଥିଲେ ନିଜ ଉପଲକ୍ଷ୍ୟ ସାଧନରେ କୁଶଳ ଅଧ୍ୟୟନକାରୀ |୬|


ଲକ୍ଷ୍ୟଭେଦ ଅଭ୍ୟାସରେ ବ୍ୟବହୃତ ହୁଏ ଐକ୍ୟକୈନ୍ଦ୍ରିକ ବହୁବୃତ୍ତ ବିଶିଷ୍ଟ ଚକତି,

ସୁଦୃଢ଼ ବିଶ୍ୱାସ ରେ ତୀରନ୍ଦାଜି ରେ ଅଭିନବ ବିନ୍ଦ୍ରା ନିର୍ମିତ କରିଲେ ବିଶ୍ୱସ୍ତରରେ ନିରୁପମ ନିୟତି |୭|


ଅତ୍ୟନ୍ତ ଅନିବାର୍ଯ୍ୟ ଯେ ନିଜ ଲକ୍ଷ୍ୟସାଧନ ହେତୁ ମନର କେନ୍ଦ୍ରୀକରଣ,

ଅଭିନିବେଶ ସହ ନିରନ୍ତର କେନ୍ଦ୍ରୀଭୂତ ଏକାଗ୍ରଚିତ୍ତ ସାଧନା କରିଲେ ହେବ ଉଦ୍ଦେଶ୍ୟ ର ସମୁଚିତ ଭେଦକରଣ |୮|


Rate this content
Log in

Similar oriya poem from Action