Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta None

Inspirational

2  

Abhakanta None

Inspirational

ବିଶ୍ବାସ

ବିଶ୍ବାସ

1 min
6.9K


ମାନବ ଜୀବନ କରେ ଅବସ୍ଥାନ ସଦୈବ ବିଶ୍ଵାସ ଖୁଣ୍ଟେ

କାହିଁ ଏ ନରମ ବା ଦୋଦୁଲ୍ୟମାନ କାହିଁ ବା ରୁହଇ ଆଣ୍ଟେ ।

ବିଶ୍ଵାସର ବିନା ସମ୍ଭବ ହୁଏନା କାହିଁ ଜୀବନର ସ୍ଥିତି

ହେଲେ ଏ ବିଶ୍ଵାସ ଗ୍ରହଣେ ଅବଶ୍ୟ ଦୁଇ ଭାଗରେ ବିଭକ୍ତି ।

ଏକ ଶଦ୍ଦବ୍ରହ୍ମ ଦ୍ଵିତୀୟଟି ଶୁନ୍ୟ ବ୍ରହ୍ମରେ ହୁଅଇ ଗଣା

ବ୍ରହ୍ମାଣ୍ଡର ସାରା ବିଶ୍ଵାସ ପସରା ଏଇ ଦୁଇଭାଗେ ଜଣା ।

ପରମ ଶକତି, ଥୋକାଏ ମାନନ୍ତି ଶୁନ୍ୟ ଶବ୍ଦ ଓଁରୁ ଜାତ

ଅନ୍ୟ ମାନିଥାନ୍ତି ସେ ପରମ ଶକ୍ତି ଶୂନ୍ୟରେ ରୁହେ ବ୍ୟାପ୍ତ ।

ବିଶ୍ଵାସ ଆଗରେ ବହୁ ପଥ ଧରେ ହେଲେ ଏଇ ଦୁଇ ଶ୍ରେଷ୍ଠ

ଏ ଧାରା ଉଚ୍ଛ୍ଵାସ ପ୍ରତିଟି ବିଶ୍ଵାସ ଛୁଇଁଲେ ହୁଅଇ ପୁଷ୍ଟ ।

ଗର୍ହିତ ନୁହଁଇ ବିଶ୍ଵାସଟି ଦୁଇ ଭାଗରେ ବିଚରେ ବୋଲି

ଲକ୍ଷ୍ୟ ତ ଗୋଟିଏ ଜୀବନରେ ଛାଏ ତେଣୁ କିଆଁ ମିଛ କଳି ?


Rate this content
Log in

Similar oriya poem from Inspirational