Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ଏମିତି ଏକ ଦିନ ଅସନ୍ତାକି

ଏମିତି ଏକ ଦିନ ଅସନ୍ତାକି

1 min
194



କାହାର ଚୁଲିରେ ବିଲେଇ ଶୋଉଛି

କିଏ ଭାସେ ମଦ ମାଂସରେ

କିଏ ତୋଳେ ଏଠି ନବସ୍ଚୁମ୍ବି କୋଠା

କାହାର ସମ୍ପତି ଧ୍ଵଂସରେ ।


କିଏସେ ଟିକିଏ ଶାନ୍ତିରେ ରହିଲେ

ଜଳିଯାଏ କିଏ ଇର୍ଷାରେ

କାହା ଓଠେ ଏଠି ହସର ଫଗୁଣ

କା' ଆଖିରେ ଲୁହ ବର୍ଷାରେ ।


ପାଉନାହିଁ କିଏ ପେଟକୁ ତା ଦାନା

କିଏ ଖାଏ ସୁନା ଥାଳିରେ

କା' ଘରେ ସମ୍ପତି ପରିପୂର୍ଣ୍ଣ ଏଠି

ପୁରୁ ନାହିଁ କା'ର ଥଳିରେ ।


ଖାଇ ଖାଇ କିଏ ଫୋପାଡ଼ି ଦେଉଛି

କା' ପେଟ ପୋଡ଼ୁଛି ଭୋକରେ

ହସ ଓ ଖୁସିରେ ଦିନ କଟେ କା'ର

କା' ଦିନ ବିତୁଛି ଦୁଃଖରେ ।


ଏମିତି ଗୋଟାଏ ଦିନ ଆସନ୍ତା କି

ରୁହନ୍ତେନି କେହି ଭୋକରେ

ଗରୀବର ଦୁଃଖେ ସାଥି ହୁଅନ୍ତାନି

ରହୁ ଅଛି ଯିଏ ସୁଖରେ ।

*****

ପ୍ରଶାନ୍ତ କୁମାର ନାଥ

ଲାଲବାଗ ରୋଡ଼,ବାଙ୍ଗାଲୋର-୫୬୦୦୨୭



Rate this content
Log in