Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Pradhan

Others

2.5  

Pramod Pradhan

Others

ଭୂସ୍ୱର୍ଗ

ଭୂସ୍ୱର୍ଗ

1 min
20.3K


ଭୂସ୍ୱର୍ଗ

 

ପ୍ରମୋଦ ପ୍ରଧାନ

 

ଘାସରେ ଦୋହଲେ ହସର ସୁହାଗ,

କାଶତଣ୍ଡିରେ ଦୋହଲେ ପ୍ରେମ-ପ୍ରୀତିର ରାଗ,

ଅଶିଣ ଛାତିରେ ରୂପେଲି ପସରା

କରେ କେତେ ଆତ୍ମହରା...!

ଆକାଶେ ଦୋହଲେ ମହୁଲି ମେଘ ।

 

ମେଘ ଚାଲିଚାଲି ବୁଲେ

ପାହାଡ଼ ଛାତିରେ,

ବୁଣିଦିଏ ଖାଲି ବାସ୍ନା ବଣମଲ୍ଲୀ,

ଖିଆଲି ମନକୁ ସରେ ସେଇ ନହୁଲି ଓଠ,

ସୁନେଲି ଖରା ବି...

ଚାହେଁ ତାକୁ ବୁଲି ବୁଲି ।

 

ତରୁଲତା ଡାଳେଡାଳେ ଝୁମେ ପ୍ରଜାପତି,

ମଧୁମକ୍ଷି ଝୁମିଝୁମି ଚୁମେ ଫୁଲ ଜାତିଜାତି,

ସରଣୀର ସରାଗରେ ମନ ଧଂସିଧଂସି

ଉଡ଼େ ରାଜହଂସୀ...

ନଈକୂଳେ ଶୁଭେ ପୀରତିର ବଂଶୀ ।

 

ମୟୂର ବି ତୋଳେ ଉଷ୍ଣ ଅନୁରାଗ

ପ୍ରଣୟ ତୃଷ୍ଣାରେ...

କାଶତଣ୍ଡି ଚୋରେଇନିଏ ଶରତ ବେହାଗ,

ଅନନ୍ତର ସୃଷ୍ଟିଧାରେ ଧରଣୀ ଭୂସ୍ୱର୍ଗ ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in