Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Inspirational

2  

Ansuman Swain

Inspirational

ଶିଶୁ କବିତା

ଶିଶୁ କବିତା

1 min
7.5K


ନାତି ଟୋକା ମୋର ଭାରିଯେ ଚଗଲା

ସବୁଥିରେ ମାରେ ହାତ

ତଥାପି ତା ହସ ଦେଖିଦେଲେ ମୁଁ

ମନ ହୋଇଯାଏ ମୁଗ୍ଧ ।

ଜେଜେ,ଜେଜେ କହି ଜାବୁଡି ସେ ଧରେ

ହସେ ମୁହିଁ ଖିଲି ,ଖିଲି 

ଖିଲି,ଖିଲି ହସ ଦେଖି ନାତି ଟୋକା

ପରେ ନାହିଁ ମୋତେ ଭୁଲି ।

ଗପ ଶୁଣିବାକୁ ଭାରି ତାର ମନ

ଶୋଇଥିଲେ ଉଠି ବସେ

ବାପା ତାର କେବେ ମାରଧର କଲେ

ମୋର ପାଖେ ବସି ହସେ ।

ଖନି ,ଖନି କରି କଥା କୁହେ ସିଏ

ଲାଗେଯେ ଭାରି ମଧୁର

ଜେଜେ,ଜେଜେ କହି ଧାଇଁ ଆସେ ସିଏ

ଦୁଖଃ ହୋଇଯାଏ ଦୁର ।


Rate this content
Log in

Similar oriya poem from Inspirational