Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

4.4  

Sadananda Sahoo

Others

ଏକଲକ୍ଷ୍ୟ ଏକଲୟ

ଏକଲକ୍ଷ୍ୟ ଏକଲୟ

1 min
359



ହସ୍ତରେ କୋଦଣ୍ଡ କରିଛି ଧାରଣ 

   ପେଶିବି ମୁଁ' ତୀକ୍ଷ୍ନଶର , 

ଲକ୍ଷ୍ୟରୁ ବିଚ୍ୟୁତି ମୁଁ'ଜମା ହେବିନି 

   ଏଇତ ପ୍ରତିଜ୍ଞା ମୋ'ର ! ! 


ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର 

    ଦ୍ଵାପରେ ଅର୍ଜ୍ଜୁନ ବୀର , 

କୋଦଣ୍ଡର ମିତ ଥିଲେ ସେ' ପୁରୁଷ 

    ପରାକ୍ରମୀ ସୁତ୍ରଧର ! ! 


ବିଫଳତା ପରେ ସଫଳତା ମିଳେ 

    ଏ'କଥା ନୁହଁଇ ମିଥ୍ୟା , 

ସକରାତ୍ମକ  ଚିନ୍ତାଧାରା ଭାବ 

    ଗାଏ ବିଜୟର ଗାଥା ! ! 


ତୀରନ୍ଦାଜୀ ସାଜି ନିକ୍ଷେପିବି ଆଜି 

    ଜିତିବା ପାଇଁ ମୁଁ' ବାଜି , 

ଅର୍ଜ୍ଜୁନଙ୍କ ପରି  ସାଜିବି ବିନ୍ଧାଣି 

    ଅରଜିବି କିର୍ତ୍ତୀ ରାଜି ! ! 


ଧନୁତୀର ମୋର ଯିବନି ବେକାର 

    ବିନ୍ଧିବି ଲକ୍ଷ୍ୟ ସ୍ଥଳରେ , 

ମତ୍ସ୍ୟନେତ୍ର ଦେଖି ସୁକ୍ଷ୍ମରେ ପେଶିବି 

   ମହାଶୂନ୍ୟେ କୁଶଳରେ ! ! 


ସଂକଟ ବିପଦେ ରହିବି ସମ୍ମୁଖେ 

   ଶତୃଦେବ  ପଛଘୁଞ୍ଚା , 

ଅଭ୍ୟାସ ବିଭାସ ମୋ' ମନ ମିତ 

   ରଣ କ୍ଷେତ୍ରେ ମନ ବାଞ୍ଛା ! ! 


ମୋ' ତୀର ଥଳିଟା ଅସରନ୍ତି ଉର୍ଜା 

   ହେଵ ନାହିଁ କେବେ ଶୂନ୍ୟ , 

ଅଛି ମୁଁ' ନିଶ୍ଚିନ୍ତ ସେଥି ପାଇଁ ମିତ 

  ଶତୃନାଶେ ମହାପୁଣ୍ୟ ! ! 

ଆକାଶରେ ସୂର୍ଯ୍ୟ ପରାକ୍ରମେ ଧର୍ଯ୍ୟ 

   ଵୀରର'ତ  ବୁଦ୍ଧି ମତ୍ତା , 

ନୀରବ ନିଶ୍ଚଳ ସଫଳତା ମନ୍ତ୍ର 

   ଅନୁଭବେ ଯୁଦ୍ଧ କର୍ତ୍ତା ! ! 



Rate this content
Log in