କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ସ)
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ(ସ)
ରାଗ ମୁଖାବରୀ
ସପତଟି ମୋର ରେ, ସହ ଏହି ଥର ରେ,
ସାର ହାରରମସାରମଣିବର ପରି ଧରି ବକ୍ଷସ୍ଥଳେ ନିରନ୍ତର
ନଫିଙ୍ଗି ପୁଣି ହଟି ସୁନ୍ଦର ନୁହଇଟି ବିଚାରି ଭରଷା ବଢାଅ ଅପରିମିତ(ପଦ)
ଶୁଣିଲେ ଆଉ କେ ବ୍ରଜେ,ସରିଯିବି ସିନା ଲାଜେ,
ସାହା ତୁ ନୋହିଲେ କିଛି, ସଂସାରେ ନିକି ମୁଁ ଅଛି(1)
ସାଧୁଜନ କୁକ୍ଷିକୂପେ ଭଲ ମନ୍ଦ ସିନା ଛପେ,
ସଂହର କ୍ରୋଧ ଉଦୟ, ସହଜେ ତୁ ସହୃଦୟ(2)
ସବୁ ଅନ୍ୟାୟ ଚରିତ,ଶିକ୍ଷାକୁ ଗୁରୁ ତୁହି ତ,
ସମୟେ କାଟୁ ତୋଟିକି, ସଖା ଲକ୍ଷଣ ଏଟିକି(3)
ସମାଂସମୀନା ଅୟୁତେ ସମର୍ପି ଦେବିଟି ତୋତେ
ସମ୍ଭାଳ ମୋର ଆବୁର, ସର୍ବସ୍ୱ ପରା ତୁ ମୋର(4)
ସାକ୍ଷାତ ଦେଖିଲା ପରି,ସାକ୍ଷୀ ଦେବାକୁ ବାହାରି
ସାଧିବାର ଅବିଚାର, ସପତ୍ନ ନୁହେଁ ମୁଁ ତୋର(5)
ସାନ୍ଦୀପନିସୁତ ଯତି, ସେ କି ଜାଣେ ବୋଲି ପ୍ରୀତି,
ସରସେ ପିଟିବେ ଢକକା, ସମ୍ପାଦିବୁ ଏତେ ଏକା(6)
ଶୁଣି କିଶୋର ବଚନ ,ସଖା କଲେ ଆଲିଙ୍ଗନ,
ସୁତ୍ରାମା ଅଷ୍ଟଦୁର୍ଗର, ସନ୍ତୋଷେ .ଯୋଡିଲେ କର(7)