Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Fantasy Others

2  

Neelima Nivedita Behera

Fantasy Others

ଏଣୁତେଣୁ16

ଏଣୁତେଣୁ16

1 min
6.8K


ତୁମକୁ ଦେଖିଲେ ମନେପଡ଼େ ଅତୀତ,

ଯେତେବେଳେ ମୁଁ ବି ଏମିତି ଦୁଷ୍ଟାମି କରେ...

ହସେ ଆଉ ହସାଏ...

କେମିତି କେଜାଣି ସବୁ ସ୍ଥିର ହେଇଗଲା,

ମୋ ଭିତର ଛୁଆଟା କେତେବେଳେ ମରିଗଲା !

ତମେ ଭଲ ଲାଗ ପ୍ରଥମରୁ,

ହେଲେ ଏବେ ଲାଜ ଲାଗେ ବେଶୀ...

ସପନରେ ତୁମକୁ ଦେଖିଲା ଦିନୁ,

ଡର, ଛାତିରେ ମୋ ହେଇଛି ଲେସି ।

ଜାଣେ, ୟାକୁ ତୁମେ କବିତା କହିବ,

ଆଉ nice ଲେଖି ଉତ୍ତର ଫେରେଇବ ।

କିଛି କୁହନା, ବାସ୍... ଚୁପ୍ ରହିଯାଅ,

ବରଂ ବେଶୀ ଭଲ ହେବ ।

ଦଲକାଏ ପବନ ପରି ଲିଭିଯିବ ଆଶା,

ପାଣିରେ ଗାର ପରି ଛାଡ଼ିଯିବ ନିଶା ।

ବାସ୍ ! ଚୁପ୍ ରହିବା କିଛିଦିନ ଜାରି ରଖ ।

ଦେଖିବ, ଶବ୍ଦମାନେ ବି ନିରବିବେ ଧୀରେ ଧୀରେ,

ଆଉ ତୁମକୁ ହଇରାଣ କରୁଥିବା

ମେସେଜମାନେ ଶୋଇଯିବେ ଆପେ

ମୋ Keyboardର କଳାଧଳା ସୁଇଚରେ...#



Rate this content
Log in