Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy Tragedy Abstract

3  

Bijay Prusty

Fantasy Tragedy Abstract

ବେସୁରା ଗୀତି-୭୭୧

ବେସୁରା ଗୀତି-୭୭୧

1 min
6.7K


ବର୍ଷା ଗୋ ତୋର ସରଳ ପଣତରେ

ଆସିଥିଲୁ ଥିରି ଥିରି

ତୋର ଆଗମନେ ହାସିଲା ଦୁନିଆଁ

ହସିଲା ସବୁଜ ଶିରୀ ॥

ହଠାତ୍ ଦେଖିଲି ବରଷା ତୋ ରୂପ

ଦିଶୁଥିଲା ଭୟଙ୍କର

ରୁମୁ ଝୁମୁ ତୋର ପାଉଁଜିର ସ୍ଵର

ଭରି ଦେଲା ହାହାକାର

ନେଲୁ ତୁହି ଏକ ଘୂର୍ଣ୍ଣିଝଡ ରୂପ

ସାଗରକୁ ଦୁଲୁକାଇ

ଆଖିରେ ଭରିଲୁ ଲୁହର ସାଗର

ସ୍ଵପ୍ନ ସବୁ ନେଲୁ ଧୋଇ ॥

ଦୁର୍ବଳ ହେଲା ତୋ ଭୟଙ୍କର ରୂପ

ଧୀରେ ତୁ ନରମ ହୋଇ

ଭାବିଲି ମୁଁ ମନେ ଚାଲିଗଲୁ ବର୍ଷା

ଶ୍ରାବଣକୁ ସାଥେ ନେଇ ॥

ପ୍ରତିକ୍ଷା କରିଛି ଫେରିବୁ ତୁହି ଲୋ

ସରଳ ସୁନ୍ଦର ରୂପେ

ହସିବ ଦୁନିଆଁ ହସୁଥିବୁ ତୁହି

ସ୍ଵର୍ଗ ଓହ୍ଲାଇବ ମର୍ତ୍ତ୍ୟେ ॥


Rate this content
Log in

Similar oriya poem from Fantasy