ଟିକେ ଶୁଣ
ଟିକେ ଶୁଣ
ଆସରେ ଆସ ଟିନ୍ଟୁନ୍
ଯାହା କହୁଛି ସତ ମଣୁ ।
ସ୍ୱାର୍ଥରେ ମାତି ଗାଆଁ ଛାଡ଼ି
ଜବର ଦଖଲରେ ପଡ଼ି ।
ସହରରେ କଲୁ ବସବାସ,
ଭୁଲିଲୁ ଗ୍ରାମ୍ୟ ପରିବେଶ ।
ପଚାରେ ନାହିଁ କେହିନାଆଁ
ଗାଁଆ ଲାଗୁଛି ଖାଆଁ ଖାଆଁ ।
ବୁକୁରେ ନାମଲେଖା ପଟ,
ପରିଚୟ ପତ୍ର ପକେଟ ।
ବୃଦ୍ଧ ରୁଗ୍ଣ ପ୍ରାଣ କାନ୍ଦୁଛି,
କିଏ ବା ତାକୁ ପଚାରୁଛି ।
ଆସିଗଲେ ଭୋଟ ବଜାର,
ସେବକ ହୋଇବେ ହାଜର ।
ପାଖେ ପ୍ରିୟ ଜନଙ୍କ ପରି,
ହାତ ଧରି ନେବେ ପଚାରି ।
ସ୍ୱାର୍ଥ ସର୍ବସ୍ୱ ଚିନ୍ତାଧାରା
ସହଜେ ନପଡ଼ିବେ ଧରା ।
ସାହି ପଡ଼ିଶା ଆଖାପାଖ,
ଦେଖି ଏମାନଙ୍କର ଦୁଃଖ ।
ଯେ ଦିନସାରା ଖଟି ଖଟି,
ଉଦର ପାଇଁ ଦାନା ମୁଠି ।
ଉପାସେ ଅବା ଅଧା ଖାଇ,
କା ଚାଳି ତଳେ ପଡ଼େ ଶୋଇ ।
ପାଳି ପୋଷି ଯେ, କଲା ବଡ଼,
ପରବୁଦ୍ଧିରେ ଘର ଛାଡ଼ ।
ଘର ଘରଣୀ ହେଲା ରାଣୀ,
ନୁଖୁରା ମୁଣ୍ଡେ ମୋ ଭଉଣୀ ।