କୁନି ଝିଅର ମିନତୀ
କୁନି ଝିଅର ମିନତୀ
ଦେବବ୍ରତ ଜେନା
ବୁଝିପାରେନା ଗୋଟିଏ କଥା
ଭାବେ ମୁଁ ବସି ଯେତେ
ଦୁନିଆ ସଦା ଆଡ ଆଖିରେ
କାହିଁକି ଦେଖେ ମୋତେ ?
ପୁଅ ଝିଅ ଯେ ସବୁ ସମାନ
ଆଇନ ଆମ କହେ
ନିଜ ଘରେ ବି ପୁଅ ଯେ ଭଲ
ଝିଅ ଯେ ଭେଲ ହୁଏ ।
ବାପା ଓ ମାଆ ଗେଲ କରନ୍ତି
ମୁନା ଭାଇକୁ ମୋର,
ମୋତେ ଦେଖିଲେ କାହିଁକି କେଜାଣି
ହୁଅନ୍ତି ଗରଗର ?
ମୁଣା ପାଇଁକି ଆଣନ୍ତି ବାପା
ପୋଷାକ ଚାରିହଳ,
ମୋ ବେଳକୁ କହନ୍ତି ମାଆ
ଗୋଟେ ହଳରେ ଚଳ ।
ଖାଇବା ଚିଜ ଆଣନ୍ତି ଯେବେ
ତାକୁ ଦିଅନ୍ତି ଆଗ,
ମାଆ କହନ୍ତି ଝିଅପିଲା ତୁ
ତୋର ନାହିଁ ଭାଗ ।
ଯାନି ଯାତରା, ପର୍ବ ମେଳା ସେ
ବୁଲେ ବାପାଙ୍କ ସଙ୍ଗେ,
ବାପା କୁହନ୍ତି ମା’ଙ୍କ ସଙ୍ଗେ
କରିଯା କମ ବେଗେ ।
ପାଠ ପଢାରେ ଖେଳକୁଦରେ
ମୁଣା ପାଏ ଆଦର,
ସବୁବେଳେ ମୁଁ ଉପେକ୍ଷା ପାତ୍ର
କରନ୍ତି ହତାଦର ।
ଝିଅ ଜନମ ପର ଘରକୁ
କହନ୍ତି ମଆ ମୋର,
ପାଠ ପଢିକି କି ଲାଭ ତୋର
ଯିବୁ ଯେ ଶାଶୁଘର ।
ପୁଅ ଝିଅରେ ନାହିଁ ଫରକ
ନୀଚ ମାନସିକତା,
ଗରିବ ଆଉ ଅବା ଧନୀକ
ଦେଖିବା ସମାନତା ।
ଏବର ଆମେ ପୁଅଠୁ ଆଗ
ପାଠଶାଠ ସବୁରେ,
ଦୁର୍ବଳ ପରା ନୋହୁ ଯେ ଆମେ
କୌଣସିଟି କାମରେ ।
ଛୋଟ ହେଲେ ବି କହେ ସଭିଙ୍କୁ
ହେ ମୋର ପିତାମାତା,
ସ୍ନେହ ଶରଧା ଦିଅ ଆମକୁ
ହେବୁ ଜଗତ ଜିତା ।