Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Inspirational

2  

Raja Sekhar CH V

Inspirational

ମାତାଙ୍କ ଆତ୍ମୀୟତା

ମାତାଙ୍କ ଆତ୍ମୀୟତା

1 min
194


ପ୍ରତି ମାତା ହେଉଛନ୍ତି ଅବିନଶ୍ୱର ଇଶ୍ୱରଙ୍କ ପରମପୂଜ୍ୟ ପ୍ରତିନିଧି

ସମସ୍ତ ସନ୍ତତିଙ୍କ ପାଇଁ ନିଜ ମାତାଙ୍କ ସ୍ନେହ ହେଉଛି ସର୍ବୋଚ୍ଚ ସର୍ବଶ୍ରେଷ୍ଠ ସନ୍ନିଧି |୧| 

ମାତା କୌଶଲ୍ୟା ଦେଲେ ଶ୍ରୀରାମଙ୍କୁ ଜୀବନଦାନ

ଉଭୟ ମାତା ଦେବକୀ ମାତା ଯଶୋଦା କହ୍ନେଇଙ୍କୁ ଦେଲେ ମମତାର ଅବଦାନ |୨|

ଜଗତ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଯେ ମାତାଙ୍କ ପାଦରେ ଅଛି ସ୍ୱର୍ଗଦର୍ଶନ

ତାଙ୍କ ଚରଣ ବନ୍ଦନା ହେଉଛି ଯେମିତି ସମସ୍ତ ପୁଣ୍ୟକ୍ଷେତ୍ର ପରିଦର୍ଶନ ସନ୍ଦର୍ଶନ |୩|

ବିଦ୍ୱାନ ବିଦୁର ଜଣାଉଛନ୍ତି ଯେ ନିଜ ମାତା ମାତୃଭାଷା ନିଜର ସର୍ବପ୍ରଥମ ପରିଚୟ

ଅନ୍ତରିକ୍ଷରୁ ପୃଥିବୀଲୋକରେ ଜନ୍ମ ନେବା ପାଇଁ ନେବାକୁ ହେବ ମାତାଙ୍କ ଆଶ୍ରୟ |୪|

ଭୂଦେବୀଙ୍କ ଉଷୁମ ମମତା ବିନା ବୀଜର ଅସ୍ତିତ୍ୱ ଅର୍ଥହୀନ

ସୁଷୀମ ସୁଦୃଢ଼ ଜୀବନ୍ତ ବୃକ୍ଷ ହେବାଲାଗି ଭୂମାତା କରନ୍ତି କୋମଳ ସ୍ନେହ ପ୍ରଦାନ |୫|

ସମସ୍ତଙ୍କ ଜୀବନରେ ଅଛି ମାତାଙ୍କର ସଦା ନିଜ ଅନନ୍ୟ ସ୍ଥାନ

ଏହି ଜୀବନଦାୟିନୀ ସୃଜନ ଯେ ଭଗବାନଙ୍କ ସର୍ବୋତ୍କୃଷ୍ଟ ଉପସ୍ଥାପନ |୬|

ମାଆ ହେଲେ ସନ୍ତାନ ହେତୁ ଛାୟାତରୁଙ୍କର ଛାଇଛାଇ

ସମୟାନୁସାର ଶିଶୁଙ୍କୁ ଶୁଅନ୍ତି ନାନାବାୟା ଗୀତ ଗାଇ ଗାଇ |୭|

ବୋଉ ସଦା ନିଜ ସନ୍ତାନକୁ ସର୍ବାଧିକ ଭଲ ପାଆନ୍ତି

ନିଜ ଦଇବ ସ୍ପର୍ଶରୁ ଚରମ ମନୋଯୋଗ ସର୍ବଦା ଦିଅନ୍ତି |୮|

ପିଲାମାନେ ନିତ୍ୟେ ବୁଝି ନ ପାରନ୍ତି ବୋଉଙ୍କ ଅସୀମ ଅନୁରାଗ,

ସେ ସଦା ତତ୍ପର ରୁହନ୍ତି କରିବାକୁ ନିଜ ସବୁ ସୁଖର ତ୍ୟାଗ ବନ୍ଧନ ବିୟୋଗ |୯|

ଶିଶୁଜନ୍ମ ହେତୁ କରିଛନ୍ତି ନିଜ ସୌନ୍ଦର୍ଯ୍ୟ ଯବାନର ବଳିଦାନ

ଜଣଙ୍କୁ ନୂତନ ଜୀବ କୁ ପ୍ରାଣଦାନ ଦେଇ କରିଛନ୍ତି ମହାଦାନ |୧୦|

ସବୁ ସମୟେ ରେ ତାଙ୍କର ସମର୍ଥନ ସହଯୋଗ ପ୍ରାପ୍ତବ୍ୟ

ଏହି ସୁନ୍ଦର ସମୟୋଚିତ ସୁଯୋଗ ସଂଯୋଗ ଅବର୍ଣ୍ଣନୀୟ |୧୧|

ପ୍ରତି ସନ୍ତାନ ନିଜ ମାତା ପାଇଁ ଶ୍ରେଷ୍ଠ

ନିଜ ଛୁଆର ସମସ୍ତ ନାଟ ଦୁଷ୍ଟାମୀ ବହୁ ବରିଷ୍ଠ |୧୨|

ସେ ବୁଝି ପାରନ୍ତି ସମସ୍ତ ଭାବପ୍ରକାଶର ଭାବନା

ଖୁସି ହେଉ କି ଦୁଃଖ ହେଉ ସବୁଥିରେ ରଖନ୍ତି ସମଭାବନା |୧୩|


Rate this content
Log in