ସହରରେ ରାତି ଅଛି ନିଦ ନାହିଁ ଜମା
ସହରରେ ରାତି ଅଛି ନିଦ ନାହିଁ ଜମା
ସହର ରେ ନିଦ କାହିଁ
ଏଠି ରାତିସାରା ବତି ଖୁଣ୍ଟ ଜଳେ
ଝିଙ୍କାରୀର ଶବ୍ଦ ଆଢୁଆଳେ
ନିଦ ଏଠି ଶୋଇଯାଏ
ଭିକାରୀର ଛିଣ୍ଡା କନ୍ଥା ତଳେ
ଅଛି ତୁମ ସହରରେ
ବିଦ୍ୟୁତ ମଶାଣି
ହେଲେ ନାହାନ୍ତି ସେଠାରେ ଜମା
ଚିରୁଗୁଣି ଆଉ ପିତାଶୁଣି
କହିବାକୁ ନାହିଁ କେହି
ଆଈ ମା କାହାଣୀ
ନାହିଁ ତୁମ ସହରରେ
ଆମ ଗାଁ କିଟିମିଟି ରାତି
ଅଜା ଆଈ ଗାଁ ରେ ରହିଲେ
ସହର କୁ ଚାଲିଗଲେ
ନାତୁଣୀ ଓ ନାତି
ତୁମ ସହରେ ଶୁଭେ ନାହିଁ
ମାଡ ହାଣ୍ଡି କଥା
ତୁମକୁ ମିଳେନା ସେଠି
ଢ଼ିଙ୍କି କୁଟା ଚୁଡା
ସନ୍ଧ୍ୟା ବେଳେ ଜଳେ ନାହିଁ
ସଞ୍ଜବତୀ ସେଠି
ମୋ ଗାଁ ର ଭୁଅlଶୁଣି
ନୀତି ସଂଜେ ପୁଜେ ବୃନ୍ଦାବତୀ
ସହର ରେ ତୁମ ପାଖେ
ପ୍ରାଚୁର୍ଯ୍ୟ ରହିଛି
ହେଲେ ମୋ ଗାଆଁରେ
ରାତିହେଲେ
ନିଦ ଟିକେ ଶାନ୍ତି ରେ ଶୋଉଛି।