ଶୀତର ସକାଳଟିଏ
ଶୀତର ସକାଳଟିଏ
1 min
6.3K
ମନକୁ ପାଏନି ଖୋଜି ଶୀତ ଯେବେ ଛୁଇଁଯାଏ
ସବୁଜ ଗହୀର ଘେରା ମୋ ଗାଆଁରେ ହଜିଯାଏ|
ତରତର ସଁବାରିଆ ଚରଚର ଧାନକାଟେ
ଦି ଘଡି ଖଟିଲେ ଯାଇ ସୂର୍ଯ୍ୟ ତାକୁ ଭେଟେ |
ଦି ଭାରି ଧାନ ଉଁଷେଇ ଘରଣୀ ତାହାର
ଆସେ ହିଡମୁଣ୍ଡେ ଧରି ପଖାଳର ଭାର |
ମୁଗ ଚଣା ଫୁଲ କଷି ଉଡାନ୍ତି ବିଲରେ
ସତେ କି ମାଆ ଲକ୍ଷ୍ମୀ ନିଜେ ଉଭା ସେହିଠାରେ |
ଫୁଲ ପତ୍ରରେ କାକର ଟୋପାର ବିନ୍ୟାସ
ମନ ତଳେ ସ୍ଵପ୍ନ ପରି ଅଳ୍ପ ତା ଆୟୂଷ ।
ପଟିପଟି ବଡିପାରି ଶୁଖେଇଚି ବୋଉ
ଋତୁ ବାରି ତା ଜଞ୍ଜାଳ ସରେନି ତ ଆଉ ।
ସମୟ ଯାଇଛି ଗଡି ମୋ ବୟସ ସାଥେ
ଉଜାଣି ବି ଫେରିବନି ମୋ ଜୀବନ ପଥେ ।
ଭୁଲି କିନ୍ତୁ ହୁଏ ନାହିଁ ସେ ଶୀତ ସକାଳ
ଜୀବନ ପାଦପର ସେ ଅଙ୍କୁରିତ ମୂଳ ।