ଏରୁଣ୍ଡିବନ୍ଧ
ଏରୁଣ୍ଡିବନ୍ଧ
ନଭଶ୍ଚୁମ୍ବୀ କାମନା ତବ
ଫଡଫଡ ହୋଇ ଉଡୁଥିଲା ଯେବେ
ସ୍ୱାଧୀନତାର ଡିଣ୍ଡିମ ବାଡେଇ
ବଦଳୁଥିବା ସମ୍ବିଧାନ ଧାରା ସମୀରଣ
ହାଲକା ହାଲକା ଧିର ମନ୍ଥର ଗତିରେ
ବୋହୁଥିଲା ତୁମ ସାଥେ
ତୁମ ପାଦ ତାଳେ ତାଳ ମିଶେଇ...
ଉତ୍ତରାୟଣ ସଂଗୀତ ଗାଇ ଗାଇ...
ରାତି ଆଉ ବେଶି ଦୂର ନୁହେଁ
ସାଥି ବି ହାତ ପାହାନ୍ତାରେ
ଆଉ କେଇ ହାତ ବାକିଅଛି
ନଉକା ଛୁଇଁବ କୂଳ ନାଉରୀ ଫେରିବ ବଳ
ପର କରିଦେଇ ବଢିଲା ନଈ...
ସଂସ୍କୃତି -ପରମ୍ପରା ପାଦ ଅଳତା
ସମୟ ତତଲା ବାଲିରେ ଜଳି ଜଳି ଆଜି ନିଶ୍ଚିହ୍ନ..
ଦାଣ୍ଡ ଅଗଣା ପାଶ୍ଚାତ୍ୟ ସଭ୍ୟତା କି ସତେ
ଜାବୁଡି ନେଉଥିଲା ଆମ ସମ୍ବିଧାନ...
ସେ ଲାଗିତ...
ସଂସ୍କାର କାନ୍ଦୁଥିଲା କଇଁ କଇଁ ...
ନିଉଛୁଣା ଘର କୋଣେ ବସି
ମଲାଟ ଛାତିରେ ମୁଣ୍ଡ ଗୁଞ୍ଜିଦେଇ...
ସେ କୋହକୁ ନା ଦେଖୁଥିଲେ କେହି..
ସେ ଲୁହକୁ ନା ପୋଛୁଥିଲେ କେହି..
ପୋଛିବ କିଏ...??
ପୋଛିବା ଲୋକ ତ ନିଜେ ସ୍ରଷ୍ଟା ଏ ଲୁହର
ସେ ହିଁ ତ ହାତଧରି ନେଇଥିଲା ତାକୁ
ସଭ୍ୟତାର ଡାହାଣୀ ଆଲୁଅ ଦେଖେଇ
ଶିକୁଳି ଘରର ଏରୁଣ୍ଡିବନ୍ଧ ଡିଏଇଁ...।