ଜୀବନ ଗୀତା-୨୨୪
ଜୀବନ ଗୀତା-୨୨୪
1 min
6.6K
ଏ ଜୀବନ ଶୁଭ ମଙ୍ଗଳ ଦୀପ
ଜଳୁଛି ଜଳିବ ଜୀବନ ଯାକ ॥୦॥
ଜଳିଜଳି ଯିବ ଆଲୋକ ବିତରି
ଅନ୍ଧକାର ହରି ନେବ ସେ ସବୁରି
ନିଜେ ରଖିଥିବ ଅନ୍ଧାରରେ ପାଦ
ପୂଣ୍ୟ ଦେଇ ନେବ ସକଳ ପାପ ॥୧॥
ଭଙ୍ଗାଗଢା ଏଇ ଜୀବନର କଥା
କେବେ ଭାଙ୍ଗିଯାଏ କେବେ ଟେକେ ମଥା
ଜଳୁଜଳୁ ଯେବେ ଲିଭିଯାଏ କେବେ
ରହିବ ସ୍ମୃତିରେ ହୋଇ ସେ ଗପ ॥୨॥