Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Inspirational

5.0  

Sukanti Hotta

Inspirational

ଶାନ୍ତି ଭରୁ ସାରା ବିଶ୍ୱରେ

ଶାନ୍ତି ଭରୁ ସାରା ବିଶ୍ୱରେ

1 min
502


ଅତି ଗରବରେ ନିଶକୁ ଫୁଲେଇ

ଯୁଦ୍ଧ କହୁଛି ମୁଁ ବଡ

ମୋର କରାମତି ପ୍ରକୋପ ଦେଖାଇ

ସାରା ବିଶ୍ୱକୁ କରେ ଜଡ l


ସ୍ମିତ ହାସ୍ୟ ହସି ଶାନ୍ତି କହୁଛି

ରାବଣ ପରି ଗର୍ବ କିଆଁ

କ୍ରୁର ମନଭାବ ଜମା ଭଲ ନୁହଁ

ବିଶ୍ୱରେ କିଆଁ ଲଗାଉ ନିଆଁ l


ଯୁଦ୍ଧ କହେ ମୁଁ କାୟା ବିସ୍ତାରିଛି

ପୃଥିବୀକୁ ପରା ଥରାଇ ଦେଇଛି

ମଣିଷ ପଣିଆ କରିଛି ଦୂର

ପରିବାରକୁ କରି ନାରଖାର l


ଶାନ୍ତି କହେ ଜ୍ଞାନ ଆଲୋକ ମୋ ଘର

ସ୍ନେହ, ପ୍ରେମରେ ମୁଁ ଭରପୁର

ଶ୍ରଦ୍ଧା ଭକ୍ତି ଦୟା ଯୋଗ ବଳରେ

ଅନ୍ଧାକାର ମୁଁ କରଇ ଦୂର

ବୈକୁଣ୍ଠ ଅଟେ ମୋ ପରିବାର l


ଗୁଳି ଗୋଳା ବୋମା ବାରୁଦ ଧରି

ଯୁଦ୍ଧ ଲଗାଇ କରେ ମେଦିନୀ ଭାରୀ

ବିକଟାଳ ହସ ମୋର ଫାଟେ ଧରଣୀ

ମୁଁ ଅଟେ ପରା ସଭିଙ୍କ ରାଣୀ l


ଶାନ୍ତି କହେ କିଆଁ କରୁ ଅନର୍ଥ

ଜୀବନ ତୋର ହୋଇବ ବ୍ୟର୍ଥ

କି ଲାଭ ପାଇବୁ କରି ଏପରି

ଦୁର୍ଲଭ ଜୀବନ ବିନାଶ କରି l


ବଡ ବୋଲି ଭାବି କରେ ଅନର୍ଥ

ବିଶାଳ ରୂପରେ କରିଛି ଗ୍ରାସ

ଯୁଦ୍ଧ ଲଗାଇ ମୁଁ ଚତୁଃର୍ଦିଗେ

ସାରା ବିଶ୍ୱକୁ କରେ ବିନାଶ l


ବଡ ବୋଲି ତୁ ନିଜେ ଭାବୁଛୁ

ଡର ଭୟକୁ ଧରି ବୁଲୁଛୁ

ସମାଧାନ ରାସ୍ତା ତୋପାଖେ ନାହିଁ

କିଆଁ ଥରାଉଛୁ ସୁନ୍ଦର ମହୀ l


ସାରା ବିଶ୍ୱର ରାଜା ହୋଇବି

ଯୁଦ୍ଧର ଲୀଳା ମୁଁ କରିବି

ସୁନ୍ଦର ଧରାକୁ ରକ୍ତାକ୍ତ କରି

ସାରା ପୃଥିବୀକୁ ଧ୍ୱଂସ କରିବି l


ଇତିହାସ ପୃଷ୍ଠା ଦେଖି ନାହୁକି

ଶେଷ ପରିଣାମ ଧ୍ୱଂସ ଅଟେଟି

ସବୁ ଧ୍ୱଂସ ହେଲେ ରହିବ କିଏ

ବିନା ପ୍ରଜାରେ ରାଜାକି ମର୍ଯ୍ୟଦା ପାଏ?


ଅମୃତ ଅନଳେ ମୋତେ ଗିଳିଲୁ

ଉଚିତ ଶିକ୍ଷା ମୋତେ ତୁ ଦେଲୁ

ହାର ମାନିଲି ତୋ ପାଖରେ

ଶାନ୍ତି ଭରିଯାଉ ସାରା ବିଶ୍ୱରେ l

ସୁକାନ୍ତି ହୋତା

ତାଳଚେର

7008819476


Rate this content
Log in

Similar oriya poem from Inspirational