Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

2  

Parshuram Biswal

Others

ଇମିତି ଖରଚେ କି ଧନ ସଞ୍ଚିବି

ଇମିତି ଖରଚେ କି ଧନ ସଞ୍ଚିବି

1 min
7.0K


ଇମିତି ଖରଚେ କି ଧନ ସଞ୍ଚିବି

 

ପର୍ଶୁରାମ ବିଶ୍ୱାଳ

 

କୋଡ଼ିଏ ବରଷ ହେଲାଣିରେ ଜଗା ବ୍ୟାଙ୍କ ଖାତାଟି ମୋର

କୋଡ଼ିଏଟି ଟଙ୍କା ନାହିଁଟି ସଞ୍ଚୟ, ଖାଲି କରଜ ଧାଆର

ସମାଜ ବ୍ୟବସ୍ଥା ପାଇଁ ଏ ଅବସ୍ଥା

ଦୋଷ ମୁଁ ଦେବି କାହାର ?

 

ସତୁରି ହଜାର ଖରଚ ହୋଇଲା ମୋ ବାପ ଏଗାର ଦିନ

ମୋ ଢିଅ ବିକିଲି ପଚାଶ ହଜାର, ଆଉ କୋଡ଼ିଏଟି ଋଣ

ତାହା ପୁଣି ପାଞ୍ଚ ଟଙ୍କିଆ ସୁଧିଆ

ମୋ ଗାଆଁ ମହିଳାଙ୍କର ।

 

ଯଉତୁକ ଦେଇ ଝିଅ ବାହାଦେଲି, କହନା ଖରଚ କଥା

ଝିଅଦେଖା ଦିନ ସତୁରି ଲୋକର ଖାସି ମାଉଁସ ବ୍ୟବସ୍ଥା

ଆନ ଖରଚ ମୁଁ କି କହିବି ପ୍ରଭୁ

କାହାକୁ ବା ଅଗୋଚର !

 

ଗହ୍ମା ପୂନେଇଁରେ ଶାଶୁ ଚାଲିଗଲା, ସିଏ ହେଲା ମୋର ବୋଝ

ବଡ଼ ଜ୍ୱାଇଁ ହେଇ ହଜାର ଦଶଟା ନଦେଲେ ଲାଗିବ ଲାଜ

ଅଡ଼ିବସିଲା ମୋ ଘରଣୀ ଏ’ପାଇଁ

ହେଲେ ମୁଁ ଥିଲି ନାଚାର ।

 

ସତର ହଜାର ପାଇଚି ଏ ସନ ଧାନ, ମୁଗ, ବିରି ବିକି

ଘର ଚଳି କେତେ ବଳିବ ହିସାବ କରିବୁ ତୁ ଟିକିନିଖି

ଇମିତି ଖରଚେ କି ଧନ ସଞ୍ଚିବି

କହରେ କଳାଠାକୁର !

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in