Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Romance Inspirational

2  

Mamatamanjari Das

Romance Inspirational

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

1 min
7.3K


ପ୍ରେମ ଅଟେ ଏକ ମହୁଲିର ନିଶା

ଅଦିନେ କରାଏ ବର୍ଷା

ହୃଦୟ ସ୍ପନ୍ଦନ ହୁଏ କ୍ଷୀପ୍ରତର

ସବୁକିଛି ଲାଗେ ଫିିିକା ।

ଅପୂର୍ଣ୍ଣ ଜଗତେ ପୂର୍ଣ୍ଣ କରିଦିଏ

ପ୍ରେମୀ ପ୍ରଣୟୀ ଜୀବନ

ହୃଦୟ ତନ୍ତ୍ରୀରେ ଗୁୁଞ୍ଜରିତ ହୁଏ

ସଦା ପ୍ରେମର ଗୁଞ୍ଜନ ।

ପ୍ରେମରେ ପଡିଲେ ଅମା ଅନ୍ଧାର ବି

ହୁଏ ପୂର୍ଣ୍ଣମୀର ଜହ୍ନ

ଶରୀରରେ ଆସେ ଶତ ସି°ହ ବଳ

ସ୍ୱପ୍ନରେ ପହଁରେ ମନ ।

ଶାଶ୍ଵତ ପ୍ରେମରେ ନଥାଏ ଛଳନା

ନଥାଏ ଦେହର ଭୋକ

ଆଖି ଖୋଜେ ଖାଲି ତା'ର ପ୍ରତିଛବି

ମିଳଇ ସେଥିରେ ସୁଖ ।

ଅସରନ୍ତି ଏଇ ଜୀବନ ନାଟକ

ସଦା ବଦଳାଏ ଦୃଶ୍ୟପଟ୍ଟ

ହେଲେ ବଦଳଳେନି ପ୍ରଣୟୀର ମନ

ସମ୍ପର୍କରେ ପଡେନି ଫାଟ ।

ଖୋଜିବାରେ ଯେଉଁ ଆନନ୍ଦଟି ଥାଏ

ପ୍ରାପ୍ତିିିରେ ନଥାଏ ତାହା

ପ୍ରଣୟୀକୁ ଖୋଜେ ପ୍ରେମ

ସବୁବେଳେ ମେଲି ତାର ଚଉବାହା ।

ମମତା ମଞ୍ଜରୀ ଦାସ

କଟକ


Rate this content
Log in

Similar oriya poem from Romance