Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Inspirational

2  

Arun Kumar Mitra

Inspirational

ମାତୃ ବୈଭବ

ମାତୃ ବୈଭବ

1 min
6.7K


ହେ ଉତ୍କଳ ଜନନୀ ତବ ମହିମା ଅପାର

ଧନ ସମ୍ପଦେ ପୂର୍ଣ୍ଣ ରଖିଛ ଭଣ୍ଡାର ।

ସଞ୍ଚିତ ରଖିଛ ତୁମେ ବିବିଧ ରତନ

ଶସ୍ୟ ସମୃଦ୍ଧ ଭୂମି, ଅତିକାୟ ବଣ ।

ସ୍ଥାନେ ସ୍ଥାନେ ଉଚ୍ଚନୀଚ ଶାଗୁଆ ପର୍ବତ

ରଖିଅଛ ଜଳପୂର୍ଣ୍ଣ ମନୋରମ ହ୍ରଦ ।

ହୃଷ୍ଟ ପୁଷ୍ଟ ଜଳଧାରା ବହେ ଧୀରେ ଧୀରେ

ଦୈତାକାର ତରଙ୍ଗମାଳା ଖେଳଇ ସାଗରେ ।

ଗଭୀର ଗହନ ବଣେ ଶୀତଳ ଛାୟାରେ

ମନ ପ୍ରାଣ ଭରି ଯାଏ ଅଜଣା ମାୟାରେ ।

ସୁମଧୁର ସୁର ଉଠେ ଚଢେଇ କଣ୍ଠରେ

କମ୍ପି ଉଠେ ବନଭୂମି ପଶୁଙ୍କ ହୁଙ୍କାରେ ।

ସ୍ନେହମୟୀ ଜନନୀଙ୍କ ସ୍ନେହ ଛାୟାତଳେ

ସର୍ବେ ରହନ୍ତି ସୁଖେ ଏହି ମାତୃ କୋଳେ ।


Rate this content
Log in

Similar oriya poem from Inspirational