ହେ ସାବିତ୍ରୀ
ହେ ସାବିତ୍ରୀ
ହେ ସାବିତ୍ରୀ
ସତ୍ୟ ଯୁଗରେ ତମେ
ପରାକାଷ୍ଠା ବଳେ ଯମ ଠାରୁ
ଫେରାଇ ଆଣିଲ ସ୍ୱାମୀଙ୍କୁ ତୁମ୍ଭର ।
ଏହାଥିଲା କଣ ତମ ସତୀତ୍ଵର ପରାକାଷ୍ଠା
ନା ଯମ ରାଜଙ୍କୁ ଭୁଲାଇବାର ପ୍ରୟାସ ମାତର ।
ସେହିଦିନୁ ତମ ନାମକୁ ତମେ କରିଲ ପ୍ରଚାର
ତମ ନାମେ ସାବିତ୍ରୀ ବ୍ରତ ପାଳିଲେ ଯେ ନର
ସତରେ ସାବିତ୍ରୀ
ତମେ ଏକାଧାରରେ ଥିଲ
କୁମାରୀତ୍ବ ସତୀତ୍ଵ ଓ ମାତୃତ୍ବର ଅଧିକାରିଣୀ
ତମର ଏହି ଗୁଣ ପାଇଁ ବୋଧେ
ଯମରାଜଙ୍କୁ ଗଲ ଜିଣି ।
ତମେତ ଆଦର୍ଶ ହେଲ
ତାହେଲେ କୁହ କଣ ପାଇଁ
କୁମାରୀତ୍ବ ନିଲାମ କରେ
ଏ ଦେଶର ନାରୀ
ବୋଧହୁଏ
ସତିତ୍ୱ ଠାରୁ କୁମାରୀତ୍ବ
ନିଶ୍ଚିତ ଗୁରୁତ୍ୱ
ଏ କଥା ହେଉଅଛି ବାରି।
ସାବିତ୍ରୀ ତମ ବ୍ରତ ଉପାସନା କରି
ଏ ନାରୀ ସମାଜ
ତମ ବ୍ରତ ପାଇଁ ବୋଧେ
ଏ ଯୁଗର ସତ୍ୟବାନ ମାନେ
ହୋନ୍ତି ହନ୍ତସତ।
ଯେଉଁ ସତ୍ୟବାନ ମାନେ
ତୁମ ଇଛା ପୂରଣ କରିବାରେ
ହୁଅନ୍ତି ଅସମର୍ଥ
ସେଥିପାଇଁ ସତ୍ୟବାନ
ବଦଳେଇ ବାରେ ତୁମେ
ହୋଇଛ ସମର୍ଥ।
କାରଣ
ଯେହେତୁ ତମେ ସତ୍ୟବାନଙ୍କୁ
ଦେଲଟି ଜୀବନ
ଜୀବନର ପ୍ରତିଦାନେ
ତୁମର ଇଚ୍ଛାକୁ
ଜଣାଇ ସମ୍ମାନ
ନୀରବ ରହେ ସତ୍ୟବାନ ।