କଳ୍ପନାରେ -୩୦
କଳ୍ପନାରେ -୩୦
ସକାଳ ଅରୁଣ ଦେଉଛି କିରଣ
ଦେହେ ବାଜିଗଲେ ମିଠା
ଯେମିତି ଶୀତୁଆ ପାଦରେ ମୋ ପ୍ରିୟା
ନାଇଲେ ନାଲି ଅଳତା ।
ସକାଳ କାକରେ ଥିବି ମୁଁ ବାହାରେ
ଦେଉଥିବ ତୁମେ ଚାହା
ଦେଖୁଥିବି ତୁମ ଫିଟା କବରୀକୁ
ପାଖେ ହୋଇଥିବ ଠିଆ ।
ମୁରୁକି ମୁରୁକି ହସୁଥିଲେ ତୁମେ
ସତେ କି ଝରୁଛି ମୁକ୍ତା
ଆହା କି ସୁନ୍ଦର ନୟନ ତୁମର
କଟାକ୍ଷ ବି କହେ କଥା ।
ସକାଳ ଅରୁଣ ଦେଉଛି କିରଣ
ଦେହେ ବାଜିଗଲେ ମିଠା
ମୋ ପ୍ରିୟା ପାଖରେ ଥିଲେ ମୁଁ ଆଦରେ
ରହେନାହିଁ କେଉଁ ବ୍ୟଥା ।
ପ୍ରଶାନ୍ତ କୁମାର ହୋତା