Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Mishra

Romance

2  

Arabinda Mishra

Romance

ତୁମେ

ତୁମେ

1 min
108


ତମେ କିଏ କେଜାଣି?

ଯାହାର ଅଭାବ ଅନୁଭବ କରୁକରୁ 

ଉଭା ହେଇଯାଅ ଲୁଚିଲୁଚି

ସଜେଏ ହେଇଯାଏ ମୋର ଆଶା

ସତେ ଯେମେତି;

ଶରତର ଆଭାସରେ କାଶତଣ୍ଡି

ତମେ କିଏ କେଜାଣି ?

ଯାହାର ସ୍ଵଭାବକୁ କଳ୍ପନା କରୁକରୁ

ପବନ ବେଗରେ ହେଇଯାଅ ସପନ 

କାହାଣୀ କହିବାରୁ ଆରମ୍ଭ କରି

ସାଥିହେଇ ଯାଅ ନାଚି

ସଜ୍ଜ ହେଇଯାଏ ମୋ ବିଶ୍ବାସ

ଲାଗେ ଯେମିତି;

ପାର୍ବଣର ଆଗମନେ ହେଇଯିବ ସଜାଡି

ତମେ କିଏ କେଜାଣି?

ଯାହାକୁ ଜାଣିହୁଏ ନଜାଣି

କହିବାକୁ ନିଅଣ୍ଟିଆ ହୁଏ କାହାଣୀ 

ମନବି ମଉନ ନରହି 

ପ୍ରେମ କରୁଥାଏ,ଆସେନି ବାହୁଡି ।


Rate this content
Log in