କପଟୀ କୃଷ୍ଣ ହେ !
କପଟୀ କୃଷ୍ଣ ହେ !
କପଟୀ କୃଷ୍ଣ ହେ !
କୃତଜ୍ଞତା ଜଣାଉଛି।
ମିଥ୍ୟାବାଦୀ ଥିଲ, ସତ ।
କିନ୍ତୁ ,ମିଥ୍ୟାର ଆଶ୍ରୟ ନେଇ
ସତ୍ୟ ସୃଜିଥିଲ ।
ଚକ୍ରୀ ତୁମେ !
ଚକ୍ରବ୍ୟୁହ ରଚି
ମିଛରେ ମିଛରେ
ଏତେ ବଡ଼ କୁରୁକ୍ଷେତ୍ରେ
ସତ୍ୟକୁ ସ୍ଥାପିଲ।
ସମାଜ କଲ୍ୟାଣ ପାଇଁ
ମିଛ କହି ତୁମେ ହେଲ ଭଗବାନ।
ତା'ହେଲେ,
ମୁଁ କାହିଁକି ନୁହେଁ ଗରୀୟାନ୍
ଯେବେ କିଛି କହିଦେଲି ମିଛ,
ଅନ୍ୟର ମଙ୍ଗଳ ପାଇଁ ?
ତୁମ ପାଇଁ ହଜାରେ ମନ୍ଦିର
ମୋ' ପାଇଁକି ନାହିଁ ଚାଳ ଘର।
ହେ ବିଚିତ୍ରବର୍ଣ୍ଣୀ !
ବର୍ଣ୍ଣାଢ୍ୟ ଆସନେ ଅଭିଷିକ୍ତ ତୁମେ।
ମୋ ପାଇଁକି ପାଉନାହିଁ ସାମାନ୍ୟ ଆସନ।