Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Abstract Others

5.0  

Dr.Sashi Bhushan Mohapatra

Abstract Others

ରଜ

ରଜ

1 min
203


ରଜୋବତୀ ନାରୀ ପରି

ମାଟି ବି ହୁଏ ରଜୋବତୀ

ପ୍ରକୃତିର ମଧୁମୟ ସୃଷ୍ଟିରେ

ଦୁହିଁଙ୍କର ଉତ୍ପାଦିକା ଶକ୍ତି

ସୃଷ୍ଟି କରନ୍ତି ଜୀବନ ।

ନାରୀ, ପୃଥିବୀ,ପ୍ରକୃତି

ମାତୃ ଶକ୍ତିର ଏକ ଏକ ରୂପ,

ମା'ର ଜରାୟୁରେ ସନ୍ତାନ

ଉତ୍ପନ ହୁଏ ଯେମିତି

ପାଣି, ପବନ, ଆଲୋକ ସ୍ପର୍ଶରେ

ମାଟିରୁ ଅଙ୍କୁରିତ ହୁଏ

ବୀଜରୁ ଜୀବନ ସେମିତି ।

ଜୀବ ଜଗତର ଜୀବନ ଚକ୍ରରେ

ପ୍ରଜଜନର ମହତ୍ୱ ସର୍ବାଧିକ

ତା’ର ଗୁରୁତ୍ୱ ଉପଲବ୍ଧି ପାଇଁ

ରଜ ଏକ ସାଙ୍କେତିକ ପର୍ବ

ସମାଜର ମୂଲ୍ୟବୋଧରେ ।

ମଣିଷର କଳ୍ପନାରେ

ରଜୋତିର୍ଣ୍ଣ ଦିନ ପରେ

ମୌସୁମୀ ବର୍ଷାର ଛୁଆଁରେ

ଧରିତ୍ରୀ ପଲ୍ଲବିତ ହୋଇ

ସବୁଜିମାରେ ହୁଏ ଆଚ୍ଛାଦିତ ।

ରଜ ମାଟି ମା'ର

ପ୍ରସ୍ତୁତିର ଦିନ

ଜୀବନ ସୃଷ୍ଟିରେ

ମାତୃତ୍ୱର ଶ୍ରେଷ୍ଠ ନିଦର୍ଶନ ।

କୃଷି ଓ କୃଷକର ଏକ

ଜୀବନମୟ, ଆନନ୍ଦମୟ

କୃଷିଭିତ୍ତିକ ମହାପର୍ବ ।

କର୍ମମୁକ୍ତ ଝିଅ ଓ ମହିଳା

ହର୍ଷ ଉଲ୍ଲାସରେ ପାଳନ୍ତି ଉତ୍ସବ

ଏ ଅବକାଶରେ ପ୍ରୟାସ ଥାଏ

ମା’, ଧରିତ୍ରୀ ଓ ପ୍ରକୃତିକୁ 

ପ୍ରାଣ ଭାରି ଦେବାକୁ ସମ୍ମାନ ।


Rate this content
Log in

Similar oriya poem from Abstract