Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

4  

Parshuram Biswal

Others

ଏ ଆଳୁ-ପିଆଜ ଚାଷ ପ୍ରୋତ୍ସାହନ

ଏ ଆଳୁ-ପିଆଜ ଚାଷ ପ୍ରୋତ୍ସାହନ

1 min
13.3K


ଏ ଆଳୁ-ପିଆଜ ଚାଷ ପ୍ରୋତ୍ସାହନ

 

ପର୍ଶୁରାମ ବିଶ୍ୱାଳ

 

ପିଆଜ-ଆଳୁଟି ନାହିଁ ବୋଲି ଜଗା କାନ୍ଦେ ମୋ ରୋଷେଇ ଘର,

ହାତ ମାରିଦେଲେ ପୋଡ଼ିଯିବ ହାତ ଶୁଣି ସେ ଦିଇଟା ଦର,

କହ ତୁ କେବେରେ ବୁଝିବୁ କହ୍ନେଇ

ଏ ଦୁଃଖ ହୋଇବ ଦୂର ?

 

ମୋ ବିଲ ଫସଲ ଆଳୁ ପାଞ୍ଚ ଟଙ୍କା ନବାକୁ ନାହିଁ ଗରାଖ,

ଆଜି ସେ ପଚିଶି କିଣିବ କିମିତି ମୋ ଭଳି ଗରିବ ଲୋକ,

ପିଆଜ କଥା ମୁଁ କି କିହିବି ପ୍ରଭୁ

ସିଏ ସତୁରି ବଜାର ।

 

ଆଗେ ହେଉଥିଲା ବାରିଘରେ ଆମ ପରିବା ସେ ହାଉଜାଉ,

ଜହ୍ନି, ଭେଣ୍ଡି, ବାଇଗଣ ସେ କଲରା, କାକୁଡ଼ି, କଖାରୁ, ଲାଉ,

ଖାଇ ବାଣ୍ଟୁଥିଲୁ, ରାଜୁତି ଚାଲିଚି

ସେଠି ଗାଈ-ଛେଳିଙ୍କର ।

 

ଇଏ ଆମ ଦେଶ ଜାଣିବୁ ଠାକୁର ଅକରମା ଆମେ ହେଲୁ,

ନିଜ ବାଡ଼ିଘରେ ପରିବା ନକରି ହାଟବାଟ ଦଉଡ଼ିଲୁ,

ସେ ପରିବା ଦର ବଢ଼ିଗଲା ଆଜି

ମୁଣ୍ଡ ବିନ୍ଧୁଚି ଆମର ।

 

ଏ ଆଳୁ-ପିଆଜ ଚାଷ ପ୍ରୋତ୍ସାହନ ଦେଉ ଆମ ସରକାର,

ସଂରକ୍ଷଣ ପାଇଁ ବ୍ଲକ୍ ରେ ଗୋଟେ ଖୋଲୁ ଶୀତଳଭଣ୍ଡାର,

ତେବେରେ ଦେଖିବୁ ଏ ସଂକଟ ଗୋଟି

ହେବ ସେ କେମିତି ଦୂର ।

 

ହେଉ ସଚେତନ ଯେତେ ରହିଚନ୍ତି ଓଡ଼ିଶାର ଚାଷୀଭାଇ,

ବାଡ଼ିରେ ପରିବା ହାଟ ସେ କରନ୍ତୁ, ବଜାର ହାଟ ନଯାଇ,

ଏ ପିଆଜ-ଆଳୁ ହେବନି ସମସ୍ୟା

ଦେଖିବୁ କଳାଠାକୁର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in