Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jitendriya Behera

Romance Abstract Others

2.0  

Jitendriya Behera

Romance Abstract Others

ବନ୍ଦୀ

ବନ୍ଦୀ

1 min
13.4K


ଆକାଶ କହିଲେ

ତୁମ ଆଖିର ସମ୍ମୋହନ

ପୃଥିବୀ କହିଲେ

ତୁମ ଓଠର ଚୁମ୍ବନ

ଆଉ ଯଦି ନଦୀ ନାଳ ବଣ ଜଙ୍ଗଲ

ପାହାଡ ପର୍ବତର କଥା କହିବ

ତମେତ ସେ ସବୁର

ଉଦ୍ଧତ ଉଚ୍ଚାରଣ ।

ଏତ ପୁଣି ଏକ ରେନାଂସାର କଥା

ମଧ୍ୟଯୁଗୀୟ ବର୍ବରତା ପରେ

ଆଜି ଦେଖ ମୋ ବିଶ୍ବର

କୋଣେ ଅନୁକୋଣେ

ଗୁଞ୍ଜରିତ ହୁଏ

ମୁକ୍ତିର କବିତା।

ହେଲିପ୍ୟାଡ

ଯଦିଓ ନୀଥର

ସ୍ଥାନ ବିଶେଷର

ଏକ ଶୁଭାଙ୍ଗୀ ଉଚାରଣ ।

ଦୁଇଟି ଉତକ୍ଷିପ୍ତ

ଦେହର ମିଳନ

ଏକ ଅବଦମିତ ଇଛାର

ନିଷ୍ପେସିତ ଚୁମ୍ବନ

ଭରପୁର ମଧୁର ଜଳର

ଉତଥାନ ଆଉ ପତନ ।

ହେଲି ପ୍ୟାଡ

ମୋ ପାଇଁ ତୁମ ପାଇଁ

ସ୍ମୃତିର ଅପଘନ

ପୁଣି ଜୀବନର ମଧୁବନ

ମଧୁର ଶିହରଣ ।।


Rate this content
Log in