Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JitendraNath Gahir

Inspirational

2  

JitendraNath Gahir

Inspirational

ଅସମ୍ଭବ ପ୍ରଶ୍ନ

ଅସମ୍ଭବ ପ୍ରଶ୍ନ

1 min
1.4K


କେଉଁ ଜନ୍ମର ପାପ ମୁଁ ଭୋଗୁଛି

ଏଇ ଜନ୍ମର କି ପୂର୍ବ ଜନ୍ମର

ନା, ଆଉ କା ପାପର ପ୍ରାୟଶ୍ଚିତ୍ତ କରେ

ଶୈଶବରୁ ଆଜି ଏ ଦୁନିଆର ?

ନିଷ୍ପାପ ଶିଶୁ ମୁଁ ପଚାରୁଛି ପ୍ରଭୁ

ଏ ଅସହ୍ଯ ବେଦନା କେଉଁ କାର୍ଯ୍ୟର

ଶିଶୁ ଟିଏ ହୋଇ ଜନମିବା କଣ

ବଡ ଅପରାଧ ହେଲାକି ମୋର?


ଶିଶୁଟି ତୋହର ପ୍ରତିରୂପ ବୋଲି

ସମସ୍ତେ କୁହନ୍ତି ସମାଜେ ଏଠି

ଠିକଣା ତୋହର ପଚାରିଲେ ପ୍ରଭୁ

କେହି ଦିଅନ୍ତିନି ଉତ୍ତର କିଛି ।

ମୁଁ କଣ ପ୍ରଭୁ ସେ ଶିଶୁ ନୁହେଁ

ଯେ ଶିଶୁ ହୃଦୟେ ତୁ ରହିଥାଉ

ଦୁଃଖ ନାହିଁ ମୋର ପ୍ରଭୁ, କାରଣ

ଏତିକି ଜାଣିଛି ତୋତେ ଖୋଜି ଖୋଜି

ତୋତେ ଡାକି ଡାକି ଏ ପରାଣ ଯାଉ ।


Rate this content
Log in

Similar oriya poem from Inspirational