ସମସ୍ୟା
ସମସ୍ୟା
ଏ ପଟେ ମାରିଲେ ହେବ ଗୋରୁ ହତ୍ୟା
ସେ ପଟରେ ବ୍ରହ୍ମ ହତ୍ୟା
ଏ ଭଳି ସମସ୍ୟା ଆସିଯାଏ ଯେବେ
ଘୁରି ଯାଇଥାଏ ମଥା
ଅଳପେ ବହୁତେ ସଭିଙ୍କ ଜୀବନେ
ଆସେ ସମସ୍ୟା ଏପରି
ସେତେବେଳେ ଟିକେ ଏପଟ ସେପଟ
ସବୁ ଦେଇଥାଏ ସାରି
ଥରେ ନୁହଁ ମିତ ବାରମ୍ବାର ଏହା
ଭାବିବ ନିଜ ମନରେ
ସ୍ଥିର ମନ ଆଉ ପବିତ୍ର ଭାବନା
ସମସ୍ୟାକୁ ଦୂର କରେ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©