ଅଦେହୀ
ଅଦେହୀ
1 min
6.4K
ଦେହଟିଏ ଲୋଡ଼ା ତାର,
ଓହ୍ଲାଇ ଆସିବାକୁ ତଳକୁ,
ତା' ଅନିଛା ସତ୍ତ୍ୱେ,
ବାଧ୍ୟହେବ ଦେଖିବାକୁ,
ସବୁ ପ୍ରତାରଣା ଭଙ୍ଗୁର ବୃତ୍ତିର।
କହି କଣ ପାରିବ ସିଏ,
ସେ ବି ଅଛି ସେଠି କେଉଁ,
ଅଦୃଷ୍ଟର ଆଶୀର୍ବାଦ ନେଇ,
ଆସିବନି ରହିବାକୁ କାରାଗାରେ,
କେଉଁ ରୂପର ମହିମା ଭିତରେ,
ଚାହିଁବନି ନେବାକୁ ନିଶ୍ୱାସ
'ହଁ' 'ନାହିଁ' ର ସ୍ବପ୍ନ ଗାରିମା ରେ ।
ସେ ତ ରହିଛି ସେଠି,
ଖୋଜିଲେ ବା ଲାଭ କଣ,
ଡାକିଲେ ବି ଶୁଣେନାହିଁ,
କଣ୍ଠହୀନ ସ୍ବର ତାର,
କଥା କଣ କହିପାରେ!!
ଲୋଡ଼ା ନାହିଁ ରୂପ ଟିଏ ତାର,
ବସିଥାଉ ସେମିତି ସେ,
ସେଇ ଅଦୃଶ୍ୟ ଦୀପ୍ତ ସିଂହାସନ ଟିରେ
ତା'ସୁନ୍ଦର, ମହାନ ,ଅବ୍ୟୟ ପଣଟିକୁ ନେଇ।