ଜୀବନ ଗୀତା- ୪୨
ଜୀବନ ଗୀତା- ୪୨
1 min
6.4K
ଜୀବନ ଗୀତା- ୪୨
ଜୀବନରେ ଉଠିଥିଲା
ଅବୁଝାମଣାର ଅଦିନିଆ ଝଡ
ଭାଙ୍ଗିଦେଇ ଗଲା ବାଇ ଚଢେଇର
ହାତଗଢା ସ୍ୱପ୍ନନୀଡ ॥୦॥
ଏତେ ଦିନ ଧରି ହାତ ଧରାଧରି
ହୋଇ ଚାଲୁଥିଲେ ସପନ ସହରେ
ଅନାବିଳ ପ୍ରେମ ଏବେ ଖାଲି ଭ୍ରମ
ଦିନରାତି ବିତେ ଲୁହରେ କୋହରେ
ପ୍ରେମ ଗଲା ହଜି ତାଙ୍କ ପାଇଁ ଆଜି
ଅହମିକା ହେଲା ବଡ ॥୧॥
ଆଖିରେ ଶ୍ରାବଣ ଅନ୍ତରେ ଜ୍ୱଳନ
ଫୁଲ ଫଗୁଣର କଥା ସରିଗଲା
ବଇଶାଖୀ ଖରା ଖାଲି ରାସ୍ତା ସାରା
ହରାଭରା ଜୀବନ ଆଜି ସାହାରା
ପିଛିଲା ପ୍ରେମର ନାହିଁ ଆଉ ମୂଲ
ଝରିଗଲା ପ୍ରେମକଢ ॥୨॥