Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Others

3  

Mamatamanjari Das

Others

ଗଛଟେ ଦିଅ ଲଗାଇ

ଗଛଟେ ଦିଅ ଲଗାଇ

1 min
6.9K


ମଞ୍ଜିଟିଏ ନେଇ ଭୂଇଁରେ ପୋତିଲେ

ହେବ ସିଏ ଦିନେ ବୃୃକ୍ଷ

ତା'ର ଯତ୍ନ ନେଇ ପାଳିଲେ ତାହାକୁ

ଫେଡିବ ସେ ଆମ ଦୁଃଖ ।

ସନ୍ତାନଟେ ପରି ପାଳିଲେ ତାହାକୁ

କେତେ ଫୁଲ ଫଳ ଦେବ

ଶୀତଳ ପବନ ଦେବ ସେ ଆମକୁ 

ଅମ୍ଳଜାନ ଯୋଗାଇବ ।

ଘର ଆଗ ପଛ ଲଗାଇଲେ ଗଛ

ଘରକୁ ହୋଇବ ଛାଇ

ଖରାଦିନ ଖରା ବାଧିବନି ଜମା

କଷ୍ଟ ଜମା ହେବ ନାହିଁ ।

ପୁଅଟିଏ ହେଲେ ପାଳୁଛ ଲାଳୁଛ

କେତେ ଦୁଧ ଭାତ ଖୋଇ

ହେଲେ ବୃଦ୍ଧକାଳେ ସେଇ ପୁଅ ଦିନେ

ବୃଦ୍ଧାଶ୍ରମେ ଛାଡେ ନେଇ ।

ଗଛଟିଏ ପୋତି ତା'ର ଯତ୍ନ ନେଲେ

ଜୀବନ ସାରା ସେ ପୋଷିବ

ଛାଇ ତଳେ ତା'ର ଆଶ୍ରୟ ନେବ

ଫଳ ଆନନ୍ଦରେ ଖାଇବ ।

ଗଛ ,ଫୁଲ ,ଫଳ ଡାଳ ସବୁ କିଛି

ଆମ ବ୍ୟବହାରେ ଲାଗୁଛି

ଜୀବନର ସଞ୍ଜ ନଇଁ ଗଲା ପରେ

ତା' କାଠରେ ଜୁଈ ଜଳୁଛି ।

ସେଥିପାଇଁ ବନ୍ଧୁ ମଞ୍ଜିଟିଏ ପୋତି

ଗଛଟିଏ ଦିଅ ଲଗାଇ

ସବୁ ଦୁଃଖ ତୁମେ ଭୁଲିଯିବ ଯେବେ

ତା, ମୂଳେ ବସିବ ଯାଇ ।


Rate this content
Log in