Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manjubala Kabi

Others

3  

Manjubala Kabi

Others

ମଧ୍ୟବିନ୍ଦୁ [ madhyabindu]

ମଧ୍ୟବିନ୍ଦୁ [ madhyabindu]

1 min
13.2K


            ମଧ୍ୟବିନ୍ଦୁ

 

ନ ଆ' ଅତି ପାଶେ ସଥୀ ନ ଯା'  ଅତି ଦୂରେ   

ମଧ୍ୟବିନ୍ଦୁଠାରେ ରହି ଚାହାଁ ଥରେ ଥରେ | -୧-

ଅତି ପାଶେ ଆସିଲେ ତୁ ହୋଇଯିବି ସାକ୍ଷୀ

ଦେଖି ପାରିବିନି ତୋର ରୂପ ମନ ଲାଖି | -୨-

ଅତି ଦୂରେ ଗଲେ ଚାଲି ନ ପାଇବ ଆଖି

କେତେ ଅଛି ଶକତି ମୋ' ପାରିବି ନିରେଖି | -୩-

ଚାରି ପାଶେ ମୋର ଖାଲି ନଗ୍ନ ଅନ୍ଧକାର

ଧୂଆଁ ଧୂଆଁ ଦିଶେ ସବୁ ଭଙ୍ଗୁର ସଂସାର | -୪-

କଳ୍ପନାରେ ଉଡ଼ିବୁଲେ ତୋତେ ଖୋଜିବାକୁ

ମରୀଚିକା ପରି ଯାଉ ଦୂରକୁ ଦୂରକୁ | -୫-

ଦୂର ଆକାଶରୁ ଶୁଭେ ନିଷ୍ଫଳ ଆଳାପ

ଶ୍ରବଣରେ ବାଜେ ନିଜ ଅବିଦ୍ୟା ସଂଳାପ | -୬-

ତେଣୁ ଆଗୋ ସାଥୀ ନ ଥା ନିକଟେ କି ଦୂରେ

ମଧ୍ୟବିନ୍ଦୁଠାରେ ରହି ଚାହାଁ ଥରେ ଥରେ | -୭-

ମଞ୍ଜୁବାଳା କବି


Rate this content
Log in