ମୁଁ ଆଉ ନାହିଁ
ମୁଁ ଆଉ ନାହିଁ
ମୁଁ ଆଉ ନାହିଁ
ତୁମ ମାନଙ୍କର କିଛି ହେବନି
ହେଲେ ଦେଖ ଏ ଦେଶକୁ
ମୁଁ ମରିନି , ମରି ପାରିବିନି
ଏଇ ଧରିତ୍ରୀ ସବୁ ଦେଖିଛି
ଦେଖିଛି ତୁମର କାପୁରୁଷକୁ
ଦେଖିଛି ସେହି ବିଭତ୍ସ ମୁହୁର୍ତ୍ତକୁ,
ଦେଖିଛି ମୋର ଏତେ
କମ୍ ବୟସର ଅସହାୟତାକୁ
ଜାଣିଛି ମୋର ଇଛାକୁ
ଧୂଳିଖେଳ ଆଉ କଣ୍ଢେଇ ଘର
ଆଉ ତୁମ ମାନଙ୍କର ଇଛାକୁ
କେତେ କଦର୍ଯ୍ୟ ତୁମର ଲାଳସା,
ଯେତେଦିନ ଏ ଧରାରେ ତୁମର
ବଂଚିବାର ଥିବମୋ ସାଙ୍ଗରେ
ଘଟିଥିବା ଘଟଣା ହିଁ ତୁମକୁ
ଉପହାସ କରୁଥିବ,
ମୋ ରକ୍ତ ମାଂସ ଆଜି
ଏହି ଧରିତ୍ରୀ ମାଟିରେ ମିଶି ଯାଇଛି
ହେଲେ ମିଶିନି ମୋ
ଦେହର ବାସ୍ନା ମୋ କୋମଳ
ଶରୀରର ବାସ୍ନା ଆଜି
ଚତୁର୍ଦିଗ ବ୍ୟାପି ସାରିଛି
ହିନ୍ଦୁ ହୁଅକୁ ମୁସଲିମ
ତୁମେ ବି କାହାର ଭାଇ ହୋଇଥିବ
କାହାର ମାମୁଁ କି ଦାଦା
ଥରେ ଆଖି ବୁଲାଇ ତାଙ୍କ
ଉପରକୁ ତାଙ୍କ ଭିତରେ ଥରେ
ମୋତେ ଦେଖିନେବ
ହୃଦୟକୁ ପଚାରିନେବ ତାଙ୍କ ସାଥେ
ଏମିତି ହୋଇଥିଲେ କ'ଣ
କରିଥାନ୍ତ ତୁମେମାନେ ଆଉ ???
ତୁମେ ପାତଳରେ ଲୁଚିରୁହ କି ?
କାରାଗାରରେ ରୁହ
କି ଫାଶୀ ପାଅ କେବଳ ?
ମୋରି ପ୍ରତିଛବି ହିଁ ତୁମକୁ
ଦୃଶ୍ୟମାନ ହେବ,
ଠାକୁର ଯେଉଁ ଠି ହାତ ଟେକି ଦେଲେ
ମଂଦିରର ଚାରିପଟେ ସେଦିନ
ଓଃ...ହୋ.. କି ଭୟଙ୍କର ଚରିତ୍ର ସେ ?
ବାପା ,ଭାଇ,ରକ୍ଷକ ମାନଙ୍କର କୁକୁର ପଣିଆ,
ମୁଁ ହିଁ ତ ଈଶ୍ବର
ତୁମକୁ ଦେଇଆସିଲି କ୍ଷମା
ର୍ନିଭୟରେ ଭୋଗକର
ଏ ଦେଶର ଆଗାମୀ କାଳିମା
ମେଣ୍ଟିଯାଉ ତୁମର କ୍ଷୁଧା।
ମୁଁ ତ ଆଉ ନାହିଁ ହେଲେ
ଖାଲି ଯାହା ସେହି ସ୍ମୃତିକୁ
ଛାଡିଦେଇ ଆସିଛି ।
(ଛୋଟ ମୁସଲିମ ଝିଅ ଆସିଫ ପାଇଁ)
ପ୍ରକାଶ ସାହୁ