କନ୍ୟା ସନ୍ତାନ
କନ୍ୟା ସନ୍ତାନ
1 min
6.5K
ହେ ଈଶ୍ୱର କନ୍ୟା ସନ୍ତାନ
ପ୍ରତି କାହିଁକି ଅବିଚାର
ଜଗତର ଆଲୋକ ଦୃଶ୍ୟ ଦେଖିବା
ଆଗରୁ ମିଳିଥାଏ ଅନ୍ଧକାର
କେବେ ବୁଝିବ ଏ ମଣିଷ ସମାଜ
କନ୍ୟା ସନ୍ତାନ ପାଇଁ ଏ ଜଗତ
ନିୟମିତ ପାଉଛନ୍ତି କେତେ ଯେ ଆଘାତ
ମିଳୁନାହିଁ ସମାଜରେ ସୁରକ୍ଷିତ ସ୍ଥାନ
କନ୍ୟା ଆଖିରେ ନଦିଅ ଲୁହ
ଜୀବନ ହେବ ସରସ ଆଉ ସୁନ୍ଦର
ସବୁ ବେଳେ ନିଜେ ଦୁଃଖେ ରହି
ଅନ୍ୟମାନଙ୍କୁ ସୁଖ ଦେଉଥାଇ
ନିତି କରୁଥାଏ ଅନ୍ୟର ସେବା
କିଏ ବୁଝିବ କନ୍ୟା ମନର କଥା
ସବୁବେଳେ କର ସମାଜ କଲ୍ୟାଣ
ସଫଳ ହେବ ମନୁଷ୍ୟ ଜନ୍ମ......
ପ୍ରମିଳା ସାହୁ