Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Nibedita Mishra

Tragedy

5.0  

Nibedita Mishra

Tragedy

ତୁମେ-୨

ତୁମେ-୨

1 min
6.8K


ତୁମ ଭରସାରେ ସବୁ ଛାଡି ଆସିଥିଲି,

ବିନା ପ୍ରତିବାଦରେ ନିଜକୁ ସମର୍ପି ଦେଲି।

ତଥାପି ଜାଣିପାରୁନି କାହିଁକି ଏତେ ପରେ,

ତୁମକୁ ପାଇ ବି ସମ୍ପୁର୍ଣ୍ଣ ଭାବେ ପାଇନି ।

ଯେତେ ଜୋର୍ କରି ଯାବୁଡି ଧରେ ତୁମକୁ,

ଚୋରାବାଲି ପରି ଖସି ଖସି ଯାଅ ।

ଯେତିକି ପାଖକୁ ପାଖକୁ ଯାଏ ମୁଁ,

ପଦ୍ମ ସମ ତୁମେ ଦୁରକୁ ଦୁରେଇ ଯାଅ।

ସ୍ବପ୍ନରେ ଆସ ଖୁବ୍ ନିବିଡତା ନେଇ,

ନିମିଷକେ ଆଖିଠାର ମାରି ଉଭେଇଯାଅ ।

ତୁମେ କାଲି ଯେମିତି ଥିଲ ଆଜିବି ସେମିତି ,

ବୋଧେ ମୁଁ ବେଶୀ ଆଶା କରି ଦେଉଛି ।

ତୁମେ ହିଁ କୁହ କଣ କରିପାରିବି ଯେ ଆଉ,

ତୁମ ଉପରେ ପରା ଭରସାବାନ୍ଧି ସାରିଚି ।

ତୁମେ ଯେତେ ମୋ ବିଶ୍ବାସକୁ ଭାଙ୍ଗି ଚାଲିଥିବ,

ମୁଁ ସେତେ ଗଢିଚାଳୁଥିବି ବିଶ୍ବାସର ବାଲିଘର।


ନିବେଦିତା ମିଶ୍ର


Rate this content
Log in