Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ମେଘର ମୁରୁଜ

ମେଘର ମୁରୁଜ

1 min
7.0K


ମିତୁ ପଟ୍ଟନାୟକ


ଆଷାଢ ଆଙ୍କିଛି ଆଜି ଆକାଶରେ ଚୂନା ଚୂନା ମେଘଙ୍କ ମୁରୁଜ

ଝିପି ଝିପି ବରଷାରେ ଧୋଇ ଦେଇ ଧରଣୀର ଧୂସର ଦରବ l


ଢୁ ଢୁ ଖରାବେଳ କେବେ ଦିନେ ଜଳିଥିଲା ନିଦାଘ ନିଆଁରେ

ଅସରାଏ ଆଶା ନେଇ ଆଷାଢ ଯେ ବାର୍ଷୁ ଅଛି ବାରି ଅଗଣାରେ l

ଅମାନିଆ ଆଷାଢ ସେ ଅନୁରାଗେ ଛୁଇଁଯାଏ

ଯେତେ ସବୁ ଗୋପନର ତୁଠ

ସପନର ଶିହ ରଣେ ଚୁମି ଯାଏ ଚନ୍ଦ୍ରମାର ଚିତ୍ର ରେଖା ଓଠ l


କଦମ୍ବର ଋତୁରାଣୀ ଢାଳି ଦିଏ କାଦମ୍ବରୀ ବଂଶୀର ବ୍ୟଥାରେ

ତମାଳ ତନୁରେ ତୋଳି ତନ୍ମୟତା ସ୍ମୃତିର ଘାଟରେ l


ଆଷାଢ ଦେହରେ ଦେଇ ଅପେକ୍ଷାର ଶୀତଳ ସୀତ୍କାର

ଅଙ୍କାବଙ୍କା ନଈ ଗାଏ ଶ୍ରାବଣର କୋମଳ ଗାନ୍ଧାର l


ତେଣୁ ଏ ବରଷା ଆଜି ଆନମନା ମେଘ ଓଢଣୀରେ

ସତେକି ଝରାଏ ମଧୁ ପୀରତିର ଶ୍ୟାମଳ କ୍ଷେତରେ l


ଆଷାଢ ଆଲିଙ୍ଗନ ଆଜି ଲାଗେ ଆଶଙ୍କା ବିହୀନ

ଯେଉଁଠି ଛୁଏଁ ସେ ସେଠୁ ଶୁଣୁଥାଏ ଶ୍ରାବଣ ସ୍ପନ୍ଦନ l


Rate this content
Log in