Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others Romance

3  

SARATA KUMAR DAS

Others Romance

ପ୍ରିୟା ତୁମେ (ସନେଟ)

ପ୍ରିୟା ତୁମେ (ସନେଟ)

1 min
6.5K


ପ୍ରିୟା ତୁମେ କେବେ ମୁଗ୍ଧ ମଳୟର ମଧୁର ମୂର୍ଚ୍ଛନା ଧାରା

କେତେବେଳେ ତୁମେ କଳକଳ ନଦୀ କେବେ ପାହାନ୍ତିଆ ତାରା ।

ପ୍ରିୟା ତୁମେ କେବେ ତମିସ୍ରା ବଳୟେ ଚମକ ଚପଳା ହୀରା

କେତେବେଳେ ତୁମେ ଜହ୍ନର ଜୋଛନା କେବେ ମାଣିକ୍ୟର ହାରା

ପ୍ରିୟା ତୁମେ କେବେ ଫଗୁଣର ଫଗୁ ରାଗର ମଧୁ ରାଗିଣୀ

କେତେବେଳେ ତୁମେ ମେଘର ମହ୍ଲାର ଚାନ୍ଦର ରୂପା ଚାନ୍ଦିନୀ ।

ପ୍ରିୟା ତୁମେ କେବେ ବରଷାର ସ୍ବର ଭିଜା ଭିଜା ମାଦକତା

କେତେବେଳେ ତୁମେ ଘନ କାଦମ୍ବିନୀ ନେତ୍ର ଦ୍ଵୟ ସ୍ବପ୍ନସିକ୍ତା ।

ପ୍ରିୟା ତୁମେ କେବେ ମ୍ଳାନ ଗୋଧୂଳିର ଅଳସୀ ଶୀତୁଆ ସଂଧ୍ୟା

କେତେବେଳେ ତୁମେ ଝରା ଶେଫାଳୀତ କେବେ ତ ରଜନୀଗଂଧା।

ପ୍ରିୟା ତୁମେ କେବେ ଦୁଃଖର ବାଦାଲ ଝରଝର ବିନ୍ଦୁ ଧାରା

କେତେବେଳେ ତୁମେ ଗୋଲାପର ବାସ୍ନା ମହମହ ବାସ ଭରା ।

ପ୍ରିୟା ତୁମେ କେବେ ଦୂର ଶାଳବଣ ଅନନ୍ତ ସବୁଜ ଶୋଭା

କେତେବେଳେ ତୁମେ ମରୁରେ ଉଦ୍ୟାନ କେବେ ପ୍ରୀତିକୁଞ ଆଭା

ଶରତ କୁମାର ଦାସ ,ବଡବିଲ ମହାବିଦ୍ୟାଳୟ ,ବଡବିଲ ।


Rate this content
Log in